ଆସିଲା ଏମିତି ମାସ୍କ, ଯାହାକୁ ପିନ୍ଧି ଆପଣ ଆରାମରେ ଖାଇ ବି ପାରିବେ

କରୋନା ଭାଇରସ୍‌ର ଭୟ ଏବେ ବି ଲୋକଙ୍କ ମନରେ ରହିଛି। ଭ୍ୟାକ୍‌ସିନ୍‌ ଆସିବା ପରେ କିଛିଟା ଡର ଦୂର ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଲୋକମାନେ ଭାଇରସ୍‌ର ନାଁ ଶୁଣିଲେ ଆତଙ୍କିତ ହୋଇପଡ଼ୁଛନ୍ତି। କିନ୍ତୁ ଏବେ ବି ମାସ୍କ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ହୋଇ ରହିଛି। ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ମାସ୍କ ପିନ୍ଧୁଛନ୍ତି। କିନ୍ତୁ ପବ୍ଲିକ୍‌ ପ୍ଲେସ୍‌ରେ ଖାଇବା ପିଇବା କରିବା ବେଳେ ମାସ୍କ ଯୋଗୁ ବହୁତ ଅସୁବିଧା ହେଉଛି।

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଏବେ ମାର୍କେଟକୁ ଆସିଛି ଏକ ନୂଆ ମାସ୍କ। ଏହି ସ୍ୱତନ୍ତ୍ର ମାସ୍କକୁ ମେକ୍ସିକୋର ବୈଜ୍ଞାନିକମାନେ ଡିଜାଇନ୍‌ କରିଛନ୍ତି। ଏହି ମାସ୍କକୁ କେହି କେହି Nose-Only Mask ବା Eating Mask ବୋଲି ମଧ୍ୟ କହୁଛନ୍ତି। କାରଣ ଏହି ମାସ୍କକୁ ପିନ୍ଧି ଆପଣ ଆରାମରେ ଖାଦ୍ୟ ବି ଖାଇପାରିବେ। ଖାଇବା ବେଳେ ଏହି ମାସ୍କକୁ ଓହ୍ଲାଇବାର ଆବଶ୍ୟକତା ପଡ଼ିବ ନାହିଁ। ଏଥିସହ ସଂକ୍ରମଣର ଭୟ ମଧ୍ୟ ରହିବ ନାହିଁ।

ଏହି ମାସ୍କର ଭିଡିଓକୁ Reuters ସେୟାର କରିଛି। ଭିଡିଓରେ କ୍ୟାପସନ୍‌ରେ ଲେଖାଯାଇଛି ‘ମେକ୍ସିକୋର ରିସର୍ଚ୍ଚମାନେ Nose-Only Mask କୁ ଡିଜାଇନ୍‌ କରିଛନ୍ତି। ଏହାକୁ ଆପଣ ସାଧାରଣ ମାସ୍କ ତଳେ ପିନ୍ଧି ପାରିବେ’। ଏହି ଭିଡିଓକୁ ଏବେ ଯାଏଁ ସାଢ଼େ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଲାଇକ୍‌ କରିଛନ୍ତି। ଆଉ କିଛି ଲୋକ ଏଥିରେ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.