ରାଜ୍ୟରେ ୮୦ ପ୍ରତିଶତ ପଜିଟିଭଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ନଥିଲା : ଶାଳିନୀ ପଣ୍ଡିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ପ୍ରତିଦିନ ୩୦୦ରୁ ୪୦୦ କୋଭିଡ ଟେଷ୍ଟ କରାଯାଉଛି । ଆସନ୍ତା ୧୦ ଦିନ ମଧ୍ୟରେ ୩ ଗୁଣା ଅଧିକ ଟେଷ୍ଟ କରାଯିବ । ଯେତେ ଅଧିକ ଟେଷ୍ଟିଂ ହେବ ସେତେ କରୋନା ଧରାପଡିବ । ରାଜ୍ୟରେ ୮୦ ପ୍ରତିଶତ ପଜିଟିଭଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ନଥିଲା । ବର୍ତ୍ତମାନ ସୁଦ୍ଧା ୧୨ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୩୭ ଜଣଙ୍କ ମଧ୍ୟରୁ ୨ଜଣ ହସପିଟାଲରେ ଚିକିତ୍ସିତ ହେବାର ଆବଶ୍ୟକତା ରହିଛି । ଅନ୍ୟ ୩୫ ଜଣଙ୍କ ଚିକିତ୍ସା ଆବଶ୍ୟକତା ନାହିଁ । ତଥାପି ସେମାନଙ୍କୁ କୋଭିଡ଼ ହସପିଟାଲରେ ରଖାଯାଇଛି । ଏହି ସୂଚନା ଦେଇଛନ୍ତି ଏନଏଚଏମ୍‌ ନିର୍ଦେଶିକା ଶାଳିନୀ ପଣ୍ଡିତ ।

ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ୬୦ରୁ ଅଧିକ ବର୍ଷ ବୟସର ଲୋକ ରିସ୍କ ଗ୍ରୁପ୍‌ ଭିତରେ ଆସୁଛନ୍ତି । ବିଶ୍ୱର ଅଧିକାଂଶ ୬୦ ବର୍ଷ ବୟସରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି କରୋନା । ହେଲେ ଆମ ରାଜ୍ୟରେ ମାତ୍ର ୮ ପ୍ରତିଶତ ୬୦ ବର୍ଷରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଭୟ କରିବାର କୌଣସି ବାତାବରଣ ନାହିଁ । ଏହି ସୂଚନା ଦେଇଛନ୍ତି ଏନଏଚଏମ୍‌ ନିର୍ଦେଶିକା ଶାଳିନୀ ପଣ୍ଡିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.