Below header

କରୋନା ଟିକା ପାଇଁ ଅଷ୍ଟ୍ରେଲିଆ ଗବେଶକଙ୍କ ସହ ହାତ ମିଳାଇଲେ ଭାରତର ହାଇଦ୍ରାବାଦ ଫାର୍ମ, ଖୁବ୍‌ ଶୀଘ୍ର ଟ୍ରାଏଲ୍‌ ହେବ ଟିକା

କରୋନା ଭାଇରସ୍‌ର ଟିକା ବିକଶିତ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭାରତର ଇମ୍ୟୁନୋଲୋଜିକାଲ୍‌ ଲିମିଟେଡ଼୍‍(ଆଇଆଇଏଲ୍‌), ଅଷ୍ଟ୍ରେଲିଆର ଗ୍ରିଫ୍‌ଥ ୟୁନିଭରସିଟି ସହ ଏବେ ହାତ ମିଳାଇଛି । ଖୁବ୍‌ ଶୀଘ୍ର ଏହାର ଟିକା ବିକଶିତ ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି ।

ଏହି ଉଭୟ ରାଷ୍ଟ୍ରର ଗବେଶକମାନେ କୋଡନ୍‌ ଡି ଅପ୍‌ଟିମାଇଜେସ୍‌ନ୍‌ କୈାଶଳ ଅଭଲମ୍ବନ କରି କୋଭିଡ-୧୯ର ଟୀକା ପ୍ରସ୍ତୁତ କରିବାକୁ ଗବେଷଣା ଚଳାଇଛନ୍ତି । ଏହି କୈାଶଳ ଦ୍ୱାରା ଗବେଶକମାନେ ଏପରି ଟିକା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହାକୁ ମଣିଷ ଉପରେ ମାତ୍ର ଗୋଟିଏ ଡୋଜ୍‌ ପ୍ରୟୋଗ କରି କରୋନା ଭାଇରସ୍‌ ଉପରେ ବିଜୟପ୍ରାପ୍ତ କରିହେବ ବୋଲି ଆଇଆଇଏଲ୍‌ ପ୍ରକାଶ କରିଛି ।

ଗବେଷଣା ସମାପ୍ତ ହେଲା ପରେ ଟିକାର ମୂଳ ଉତ୍ସ ହାଇଦ୍ରବାଦ ସ୍ଥିତ ଆଇଆଇଏଲ୍‌କୁ ପଠାଇ ଦିଆଯିବ । ଏହାପରେ ସେଣ୍ଟ୍ରାଲ୍‌ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌ରେ ଏହାର କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯିବ ।

ଅଷ୍ଟ୍ରେଲିଆ ଗ୍ରିଫ୍‌ଥ୍‌ ୟୁନିଭରସିଟିର ଗବେଶକ ସୁରେଶ ମହାଲିଙ୍ଗମ୍‌ କହିଛନ୍ତି ଯେ ଏହି ଟିକା ପ୍ରସ୍ତୁତିରେ ବହୁତ ମଜବୁତ୍‌ ସେଲୁଲାର ଓ ଆଣ୍ଟିବଡି ବ୍ୟବହାର କରାଯାଇଥିବାରୁ କରୋନାକୁ ପ୍ରତିହତ କରିବାରେ ବଡ଼ ଭୁମିକା ଗ୍ରହଣ କରିବ ।

ବର୍ତ୍ତମାନ କରୋନା ଭାଇରସ୍‌ ପାଇଁ କୈାଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନାହିଁ । ତେବେ ଅନେକ ଦେଶ ଏଥିପାଇଁ ସେମାନଙ୍କର ଗବେଷଣା ଓ କ୍ଲିନିକାଲ୍‌ ଟ୍ରାଏଲ୍‌ ଜାରି ରଖିଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.