ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ସେମାନେ ମଧ୍ୟ କରୋନା ଯୋଦ୍ଧା

ଭୁବନେଶ୍ବର: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ସାମ୍ବାଦିକମାନେ ମଧ୍ୟ କରୋନା ଯୋଦ୍ଧା। କରୋନା ସମ୍ପର୍କିତ ଟିକନିଖ୍‌ ଖବର ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ତେଣୁ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି, ଆଇନଜୀବୀ ତଥା ନ୍ୟାସନାଲ ଲୟର୍ସ ଫୋରମର ଯୁଗ୍ମ ସମ୍ପାଦକ ତାପସ ଦ୍ୱିବେଦୀ। ପଶ୍ଚିମବଙ୍ଗ ଓ ଆନ୍ଧ୍ର ସରକାର ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ସେଭଳି ପ୍ୟାକେଜ ଘୋଷଣା କରିବାକୁ ସେ ଦାବି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.