ଲକଡାଉନରେ ମହିଳା ଟି-20 ଟିମ କ୍ୟାପଟେନ ହରମନପ୍ରୀତ କୌରଙ୍କ ମ୍ୟାଜିକ ଭିଡ଼ିଓ ହେଲା ଭାଇରଲ, ଦର୍ପଣ ସାମ୍ନାରେ ଛିଡା ହୋଇ ଦେଖାଇଲେ ଅଦ୍ଭୂତ କରାମତି

ଭାରତୀୟ ମହିଳା ଟି-20 ଟିମର କ୍ୟାପଟେନ ହରମନପ୍ରୀତ କୌର ଲକଡାଉନ ସମୟରେ ନିଜର ଆଉ ଏକ ଟ୍ୟାଲେଣ୍ଟ ଦ୍ୱାରା ଲୋକଙ୍କୁ ଚକିତ କରାଇ ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ହରମନପ୍ରୀତ ଗ୍ଲାସରେ ଏକ ବଲ ରଖି ଦର୍ପଣ ସାମ୍ନାକୁ ଫିଙ୍ଗୁଛନ୍ତି ଏବଂ ବଲଟି ମଧ୍ୟ ଦର୍ପଣ ଆରପାଖକୁ ଚାଲିଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ବଲ ଆରପାଖକୁ ଯାଇ ପୁଣି ଫେରି ଆସୁଛି।

 

View this post on Instagram

 

Mirror, mirror on the wall, who the realest of them all.

A post shared by Harmanpreet Kaur (@imharmanpreet_kaur) on

ହରମନପ୍ରୀତଙ୍କ ଏହି ମ୍ୟାଜିକ ଟ୍ରିକ ସମସ୍ତଙ୍କୁ ଚକିତ କରାଇଦେଇଛି। ଇନଷ୍ଟାଗ୍ରାମରେ ଫ୍ୟାନମାନେ ଏହି ମ୍ୟାଜିକ ଦେଖି ବିଭିନ୍ନ କମେଣ୍ଟ ଦେଉଛନ୍ତି ଏବଂ ତାଙ୍କୁ ଅସଲି ଯାଦୁଗର ବୋଲି କହିଛନ୍ତି। ସେହିପରି ଭାରତୀୟ କ୍ରିକେଟର ଶ୍ରେୟସ ଅୟର ମଧ୍ୟ ଏହି ସମୟରେ ଘରେ ରହି ଫ୍ୟାନମାନଙ୍କୁ ମ୍ୟାଜିକ ଟ୍ରିକ ଦେଖାଇ ମନୋରଞ୍ଜନ କରୁଛନ୍ତି। କିନ୍ତୁ ହରମନପ୍ରୀତ ଏମିତି ଏକ କରାମତି ଦେଖାଇ ଏବେ ଶ୍ରେୟସ ଅୟରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। କହି ରଖୁଛୁ, ହରମନପ୍ରୀତଙ୍କ ଅଧିନାୟକତ୍ଵରେ ଭାରତୀୟ ମହିଳା ଟିମ ଟି-20 ୱାର୍ଲଡ କପ ଫାଇନାଲରେ ଏଣ୍ଟ୍ରି କରିଥିଲା।

 

View this post on Instagram

 

Did you guys know I have a twin 🤪🤪

A post shared by Shreyas Iyer (@shreyas41) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.