କରୋନା ମୁକାବିଲା ନେଇ ରାଜ୍ୟରେ ବସ୍‌ ସେବା ଉପରେ ଲାଗିଲା କଟକଣା, ଆଜି ଦିନ ୧୧ଟାରୁ ଗଡ଼ିବନି ଯାତ୍ରୀବାହୀ ବସ୍‌

ଭୁବନେଶ୍ବର: କରୋନା ମୁକାବିଲା ନେଇ ରାଜ୍ୟରେ ବସ୍‌ ସେବା ଉପରେ ଲାଗିଲା କଟକଣା । ଗତକାଲି ଅନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ରୋକ୍‌ ଲାଗିଥିବାବେଳେ ଆଜି ଦିନ ୧୧ଟାରୁ ରାଜ୍ୟବ୍ୟାପୀ ଗଡ଼ିବନି ଯାତ୍ରୀବାହୀ ବସ୍‌ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବନ୍ଦ ହୋଇଛି ସିଟି ବସ୍‌ ସେବା । ପୂର୍ବରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ସରକାର କଟକଣା ଜାରି କରିଥିଲେ । ସେହିପରି ଲକ୍‌ ଡାଉନ୍‌ ଜିଲ୍ଲା ଓ ସହରରେ ଟ୍ୟାକ୍ସି,ଅଟୋ ରିକ୍ସା ଚଳାଚଳ ଉପରେ ବି କଟକଣା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.