ନଦୀକୁ ଡେଇଁପଡ଼ିଥିଲେ ଯୁବକ ବାହାରକୁ ଆସି କହିଲେ ‘ମୋତେ ହୋଇଛି କରୋନା’ ଆଉ ତାପରେ..

ସାରା ବିଶ୍ଵରେ ଏବେ କରୋନାର ଆତଙ୍କ ଚାଲିଥିବା ବେଳେ ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୨୨ ବର୍ଷୀୟ ଯୁବକ ନିଜକୁ କରୋନା ହୋଇଥିବ ଭାବି ନଦୀକୁ ଡେଇଁ ପଡିଛନ୍ତି ଏବଂ ପରେ ବହୁତ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ ଘଟଣା ।

ସୂଚନା ଅନୁଯାୟୀ ଘଟଣାଟି ଘଟିଛି ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରେ । ଏଠାକାର କର୍ଣ୍ଣ ନାମକ ଜଣେ ୨୨ ବର୍ଷୀୟ ଯୁବକ ଗତ ୬ ବର୍ଷ ଧରି ଭୂନ୍ତରରେ ରହି ଆସୁଥିଲେ । ତେବେ କରୋନା ଭାଇରସର ଏହି ଭୟାନକ ବାର୍ତ୍ତା ଶୁଣି ଉକ୍ତ ଯୁବକ ଜଣକ ଭାବିଥିଲେ ଯେ ତାଙ୍କୁ ମଧ୍ୟ କରୋନା ହୋଇଯାଇଛି । ଯେଉଁ କାରଣରୁ ସେ ଡରିଯାଇ ଭୂନ୍ତର ଏୟାରପୋର୍ଟ ନିକଟସ୍ଥ ଏକ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ସେଠାରୁ ସେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଭାସିଯିବା ପରେ ଜଣେ ଦୋକାନୀ ତାଙ୍କୁ ଦେଖି ନିଜକୁ ବଞ୍ଚାଇବା ପାଇଁ କହିବା ସହ ଅନେକ ବୁଝାଇଥିଲେ । ତେବେ ଅନେକ କଥା ଶୁଣିବା ପରେ ଯୁବକ ଜଣକ ପହଁରି ପହଁରି କୂଳକୁ ଆସିଥିଲେ ।

Image result for drowning river

ତେବେ ନଦୀରୁ ବାହାରିବା ପରେ ସ୍ଥାନୀୟ ଲୋକେ କାରଣ ପଚାରିବାରୁ ଯୁବକ ଜଣକ ନିଜକୁ କରୋନା ହୋଇଥାଇପାରେ ସେଥିପାଇଁ ଡରି ପାଣିକୁ ଡେଇଁପଡ଼ିଥିଲେ ବୋଲି କହିଥିଲେ । ଯାହା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଉକ୍ତ ଯୁବକଙ୍କୁ କରୋନା ଟେଷ୍ଟ କରିବା ପାଇଁ କୁହାଯାଇଥିଲା କିନ୍ତୁ ସେ ମାନିନଥିଲେ । ତେଣୁ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ ଜିମା ଦେଇଥିଲେ । ଶେଷରେ ପୋଲିସ ତାଙ୍କର ଟେଷ୍ଟ କରାଇବା ସହ ତାଙ୍କୁ ନେଇ ନିଜ ଘରେ ଛାଡି ଦେଇ ଆସିଛି ।

ଯୁବକ ଜଣକ ଭ୍ରମରେ ଥିଲେ ଯେ ତାଙ୍କୁ ମଧ୍ୟ କରୋନା ହୋଇଯାଇଛି ଯେଉଁ କାରଣରୁ ସେ ଏଭଳି ଭୟଙ୍କର ପଦକ୍ଷେପ ନେଇଥିଲେ । ତେବେ ଉକ୍ତ ନଦୀରେ କମ ପାଣି ଥିବା କାରଣରୁ ଯୁବକଙ୍କ ଜୀବନ ବଂଚିଯାଇଛି । ତେବେ ଏଠାରେ କହି ରଖିବାକୁ ଚାହିବୁ ଯେ କରୋନା ଭାଇରସକୁ ନେଇ କୌଣସି ଭ୍ରମରେ ରୁହନ୍ତୁ ନାହିଁ । କୌଣସି ଲକ୍ଷଣ ଦେଖାଯବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.