ରାଜ୍ୟରେ ସାମାନ୍ୟ କମୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୦ ହଜାର ୩୧ ନୂଆ ପଜିଟିଭ୍‌ ଚିହ୍ନଟ, ୧୭ମୃତ

ଭୁବନେଶ୍ବର: ରାଜ୍ୟରେ ସାମାନ୍ୟ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୩୧ ନୂଆ ପଜିଟିଭ୍‌ ଚିହ୍ନଟ । ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୩ଶହ ୨୯ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮ ନୂଆ କେସ୍‌ ରହିଛି । ଅନୁଗୁଳରୁ ୪୫୬, ବରଗଡରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡାରୁ ୪୧୮ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୫ ଲକ୍ଷ ୪୪ ହଜାର ୮୭୩କୁ ବୃଦ୍ଧି ପାଇଛି। ଆକ୍ଟିଭ୍‌ କେସ୍‌ ୯୪ ହଜାର ୭୬୦ ଥିବାବେଳେ ସୁସ୍ଥ ହେଲେଣି ୪ ଲକ୍ଷ ୪୭ ହଜାର ୮୬୩ । ସବୁଠୁ ବଡ଼ କଥା ହେଉଛି ୭୨ ଘଣ୍ଟାରେ ୩ ପ୍ରତିଶତ ଖସିଲା ପଜିଟିଭିଟି ହାର । ଆଜି ପଜିଟିଭ୍‌ ହାର ରହିଛି ୨୦.୭୩ ପ୍ରତିଶତ । ୪୮ ହଜାର ୩୭୭ ଟେଷ୍ଟ କରାଯାଇଥିବା ବେଳେ ୧୦ ହଜାର ୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଟପ୍‌ ଫାଇଭ୍‌ ଜିଲ୍ଲାକୁ ଆସିଛି ପୁରୀ । ଗତକାଲି ପୁରୀରେ ୪୩୪ ଥିବାବେଳେ ଆଜି ୭୦୮ ଆକ୍ରାନ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.