Below header

କରୋନାରୁ ସୁସ୍ଥ ହେବା ପରେ ନିଶ୍ଚୟ କରନ୍ତୁ ଏସବୁ ଟେଷ୍ଟ, ମହଙ୍ଗା ପଡ଼ିପାରେ ଟିକେ ବି ଅବହେଳା

କରୋନାର ଦ୍ଵିତୀୟ ଲହର ପାଇଁ ଏବେ ସମସ୍ତେ ଚିନ୍ତିତ। ଏଭଳି ସ୍ଥିତିରେ ସୁସ୍ଥତା ହାର ଲୋକଙ୍କ ପାଇଁ ଆଶାର କିରଣ ପାଲଟିଛି। ତେବେ ଡାକ୍ତରଙ୍କ କହିବାନୁଯାୟୀ ସୁସ୍ଥ ହୋଇଥିବା ରୋଗୀ ଯେତେ ଶୀଘ୍ର ସମ୍ଭବ ଟିକା ନେଇଯିବା ଉଚିତ। ଏଥିସହ ନିଜର ଯତ୍ନ ନେବା ଆବଶ୍ୟକ। ରିକଭରି ହେବା ପରେ ରୋଗୀଙ୍କୁ ‘ପୋଷ୍ଟ ରିକଭରି ଟେଷ୍ଟ’ କରିବାକୁ ପରାମର୍ଶ ଦିଆଯାଇଛି।

ଡାକ୍ତରଙ୍କ କହିବାନୁସାରେ, ସୁସ୍ଥ ହେବା ପରେ igG ଆଣ୍ଟିବଡି ଟେଷ୍ଟ କରିବା ଜରୁରୀ। ଏହା ଦ୍ୱାରା ଶରୀରରେ ଆଣ୍ଟିବଡିର ମାତ୍ରା ଜଣାପଡ଼ିବ।

ଏଥିସହ CBC ଟେଷ୍ଟ କରିବା ମଧ୍ୟ ଉଚିତ। CBC ବା କଂପିଟ ବ୍ଲଡ କାଉଣ୍ଟ ଟେଷ୍ଟ ଶରୀରର ବିଭିନ୍ନ ପ୍ରକାରର କୋଷିକାର ଯାଞ୍ଚ ପାଇଁ କରାଯାଏ। କରୋନାରୁ ସୁସ୍ଥ ହେବା ପରେ ଏହି ପରୀକ୍ଷା ନିଶ୍ଚୟ କରିବା ଉଚିତ।

ସେହିପରି ଗ୍ଲୁକୋଜ ଟେଷ୍ଟ, କୋଲୋଷ୍ଟ୍ରଲ ଟେଷ୍ଟ, ବ୍ଲଡସୁଗାର ଟେଷ୍ଟ, ନ୍ୟୁରୋ ଫଙ୍କସନ ଟେଷ୍ଟ, ଭିଟାମିନ ଡି ଟେଷ୍ଟ, ଚେଷ୍ଟ ସ୍କାନ, କାର୍ଡିଆକ୍ ସ୍କ୍ରିନିଂ ଆଦି କରିବା ନିହାତି ଜରୁରୀ। ଏହା ଦ୍ୱାରା ଆପଣ ଜାଣିପାରିବେ କରୋନା ଭାଇରସ ଯୋଗୁ ଆପଣଙ୍କ ଶରୀର କେତେ ପ୍ରଭାବିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.