କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଏକ ଦନ୍ତା ରାସ୍ତା ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍‌ ହାତୀକୁ ଧକ୍କା ଦେଇଥିଲା।

ଫଳରେ ହାତୀଟି ଛିଟିକି ପଡି ଗୁରୁତର ଆହତ ହୋଇଥିଲା। ତା ପଛ ୨ ଗୋଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ ଡାକ୍ତରୀ ଦଳ ପହଞ୍ଚି ହାତୀଟିର ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.