ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୫୧୨ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ଜଣ ସଂକ୍ରମିତ

ଭୁବନେଶ୍ୱର(କେନ୍ୟୁଜ୍):  ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ରହିଛନ୍ତି। ଏମାନଙ୍କ ଭିତରୁ ୩୦୦ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ, ବାକି ୨୧୨ ଲୋକାଲ୍ କେସ୍। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଥିବା ବେଳେଳ କଟକରୁ ୮୯, ସୁନ୍ଦରଗଡ଼ରୁ ୨୯, ଅନୁଗୋଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩, ବରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ, ଗଞ୍ଜାମରୁ ୨, ଜଗତସିଂହପୁର ୮, ଯାଜପୁର ୧୦, ଝାରସୁଗୁଡ଼ା ୭,କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ା ୩, କେନ୍ଦୁଝର ୩, ମାଲକାନଗିରି ୩, ମୟୂରଭଞ୍ଜ ୮, ନୟାଗଡ଼ରୁ ଜଣେ, ପୁରୀରୁ ୨୯, ରାୟଗଡ଼ା ୨, ସମ୍ବଲପୁର ୬ ଓ ସୋନପୁରରୁ ୧୫ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨,୯୨୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨,୮୦,୯୫୪ ଜଣ ସୁସ୍ଥ ହୋଇସାରିଥିବାବେଳେ ୨୭୯୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସୂଚନା ଥାଉକି ଗତକାଲି,  ୪୭୦ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧାରେ ପଜିଟିଭ୍‌ କେସ୍‌ ୨୦୦ ପାର୍‌ କରିଥିଲା।  ଅର୍ଥାତ୍ ୨୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.