Below header

ପୁଣି ବଢୁଛି କରୋନା ସଂକ୍ରମଣ: ଦେଶର ୬ଟି ରାଜ୍ୟରେ ସ୍ଥିତି ଉଦବେଗଜନକ, ଆସନ୍ତାକାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ । ୬ଟି ରାଜ୍ୟରେ ସ୍ଥିତି ଉଦବେଗଜନକ ହେଲାଣି । ଏହାରି ଭିତରେ ଆସନ୍ତାକାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ବୈଠକ ବସିବ । ଏଠାରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇପାରେ ।

ଏହାସହ ଟିକାକରଣ ବାବଦରେ ବି ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା କରୋନା ବିରୋଧୀ ଲଢ଼େଇ ଓ ଟିକାକରଣ ଅଭିଯାନ ସମ୍ପର୍କରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ମତାମତ ଲୋଡ଼ିବେ ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ମହାରାଷ୍ଟ୍ର, କେରଳ, ପଞ୍ଜାମ, କର୍ଣ୍ଣାଟକ ଓ ତାମିଲନାଡୁରେ ଦୈନିକ ସଂକ୍ରମଣ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.