Below header

ଚୀନରେ କରୋନା ପାଇଁ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକେ ହେଲେ ସରକାର ବିରୋଧୀ, ଜାଣିବାକୁ ଚାଁହୁଛନ୍ତି ମହାମାରୀର ସତ

ଚୀନ୍ କରୋନାଭାଇରସ୍ ମାମଲାରେ ନିରବ ରହିଆସୁଛି ଏବଂ ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କୁ ଶହୀଦ ବୋଲି କହୁଛି । ତେବେ ନିକଟରେ ମିଳିଥିବା ଖବର ଅନୁଯାୟୀ ଚାଇନାରେ କରୋନା ଜୀବାଣୁ ମହାମାରୀରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ସରକାରଙ୍କଠାରୁ କ୍ଷତିପୂରଣ ସହିତ ସ୍ପଷ୍ଟୀକରଣ ମଧ୍ୟ ଚାହୁଁଛନ୍ତି ।

ତେବେ କରୋନା ଜୀବାଣୁ ଉପରେ ଚୀନ୍ ସରକାରଙ୍କ ଆଭିମୁଖ୍ୟ ଦେଖି ଲାଗୁଛି ଯେ ସେ କୌଣସି ପ୍ରକାରର ସ୍ପଷ୍ଟୀକରଣ ଦେବା ମନୋଭାବରେ ନାହାଁନ୍ତି । ଖବର ଅନୁଯାୟୀ, କମ୍ୟୁନିଷ୍ଟ ପାର୍ଟିର ଲୋକେ ଯେଉଁମାନେ କରୋନା ଭାଇରସକୁ ଚ୍ୟାଲେଞ୍ଜ କରିଥିଲେ ସେମାନଙ୍କୁ ବର୍ତ୍ତମାନ ବାହାରକୁ ବାହାର କରିଦିଆଯାଇଛି । ଏଭଳି ପରିସ୍ଥିତିରେ ସରକାରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କିଛି ଲୋକ ସାମାଜିକ କର୍ମୀ ନିକଟରେ ପହଞ୍ଚି ସହାୟତା ମାଗୁଛନ୍ତି ।

ସୂଚନା ଅନୁଯାୟୀ ଡାକ୍ତର ଏବଂ ସାମ୍ବାଦିକଙ୍କ ପରି ସେମାନଙ୍କୁ ମଧ୍ୟ ଚୁପ କରାଇ ଦିଆଯାଇଥିଲା । ତା ସହିତ କରୋନା ମହାମାରୀରେ ପ୍ରିୟଜନଙ୍କୁ ହରାଇଥିବା କିଛି ପରିବାରକୁ ପୋଲିସର ପଚରାଉଚରାର ସାମ୍ନା କରିବାକୁ ପଡିଥିଲା । ଏହା ବ୍ୟତୀତ ସରକାରଙ୍କ ବିରୋଧରେ କୌଣସି ମକୋଦ୍ଦମା ଦାୟର ନକରିବାକୁ ଓକିଲମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ।

ଆମେରିକା, ବ୍ରିଟେନ ଏବଂ ଜର୍ମାନୀର ନେତାମାନଙ୍କ କହିବା ଅନୁଯାୟୀ ଯଦି ଚୀନ୍ ପ୍ରଥମରୁ କରୋନା ବିଷୟରେ ସୂଚନା ଦେଇଥାନ୍ତା । ତେବେ ମୃତ୍ୟୁ ଏବଂ ବିଶ୍ଵ ଅର୍ଥ ବ୍ୟବସ୍ଥାର ବିନାଶକୁ ଏଡାଇ ଦିଆଯାଇ ପାରିଥାନ୍ତା । ସୂଚନା ଅନୁଯାୟୀ କରୋନା ଭାଇରସ ଯୋଗୁଁ ବିଶ୍ଵରେ 30 ଲକ୍ଷରୁ ଅଧିକ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି । ଏଥିସହିତ ମୃତ୍ୟୁସଂଖ୍ୟା 2 ଲକ୍ଷ 57 ହଜାରରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.