Below header

ମହାକାଶରେ ସୁଟିଂ ହେବ ଟମ୍‌ କ୍ରୁଜ୍‌ଙ୍କ ଆଗାମୀ ଫିଲ୍ମ, ନାସା ସହ କଥାବାର୍ତ୍ତା ଆରମ୍ଭ

ହଲିଉଡର ଆଗଧାଡ଼ିର ଅଭିନେତା ଟମ୍‌ କ୍ରୁଜ ସବୁବେଳେ ଫ୍ୟାନ୍‌ଙ୍କ ପାଇଁ କିଛି ନା କିଛି ନୂଆ କରିଥାନ୍ତି। ଆକ୍ସନ୍‌କୁ ସେ ଏକ ନୂଆ ସ୍ତରକୁ ନେଇଯାଇଥାନ୍ତି। ପ୍ରତିଥର ସେ ନିଜ ଫିଲ୍ମରେ କିଛି ନା କିଛି ଏଭଳି କରି ଦେଖାଇଥାନ୍ତି, ଯାହା ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଏଥରକ ମଧ୍ୟ ଟମ୍‌ କ୍ରୁଜ୍‌ ସେଭଳି କିଛି ନୂଆ କରି ଦେଖାଇବାକୁ ଯୋଜନା କରୁଛନ୍ତି।

Tom-Cruise

ରିପୋର୍ଟ ମୁତାବକ ଟମ୍‌ କ୍ରୁଜ୍‌ ନିଜ ଆଗାମୀ ଫିଲ୍ମର ସୁଟିଂ ମହାକାଶରେ କରିବେ। ଫିଲ୍ମର ନାଁ ଘୋଷଣା ହୋଇନଥିବା ବେଳେ ମହାକାଶର କାହାଣୀ ଉପରେ ଆଧାରିତ ଏହା ଏକ ଆକ୍ସନ୍‌ ଆଡଭେଞ୍ଚର ଫିଲ୍ମ ବୋଲି ଜଣାଯାଇଛି। କୁହାଯାଉଛି ଯେ ଏହି ଫିଲ୍ମ ପାଇଁ ଟମ୍‌ କ୍ରୁଜ୍‌ଙ୍କ ଏଲନ ମସ୍କର ଆଭିଏସନ୍‌ କମ୍ପାନୀ ସ୍ପେସ୍‌ ଏକ୍ସ ଓ ମହାକାଶ ଏଜେନ୍ସି ନାସା ସହ କଥାବାର୍ତ୍ତା ଆରମ୍ଭ କରିଛି।

NASA confirms work on a Tom Cruise movie to be shot aboard the ...

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଟମ୍‌ କ୍ରୁଜ୍‌ ଆଶ୍ଚର୍ଯ୍ୟଜନକ ଫିଲ୍ମରେ କାମ କରିଛନ୍ତି। ଏହା ପୂର୍ବରୁ ସେ ଫିଲ୍ମ ସିରିଜ୍‌ ମିଶନ ଇମପସିବଲରେ ଟମ୍‌ ଏଭଳି ଏକାଧିକ ସିନ୍‌ କରିଥିଲେ ଯାହାକୁ ଦେଖି ଫ୍ୟାନ୍‌ ଚକିତ ହୋଇପଡ଼ିଥିଲେ। ୨୦୧୧ ରେ ରିଲିଜ୍‌ ହୋଇଥିବା ‘ମିଶନ ଇମପସିବଲ-ଘୋଷ୍ଟ ପ୍ରୋଟୋକଲ’ରେ ବୁର୍ଜ ଖଲିଫା ଆକ୍ସନ ସିନ୍‌ ହେଉ ବା ‘ମିଶନ ଇମପସିବଲ- ରୋଗ ନେଶନ’ର ବିମାନ ସିନ୍‌, ସବୁଥିରେ ଟମ୍‌ କ୍ରୁଜ୍‌ଙ୍କ ନିଆରା ଅନ୍ଦାଜକୁ ଫ୍ୟାନ୍‌ ବେଶ୍‌ ପସନ୍ଦ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.