ହାଇଦ୍ରାବାଦରୁ ଚାଲି ଚାଲି ରାଜନଗରକୁ ଫେରୁଛନ୍ତି ୧୪ ଜଣ ଯୁବକ

ରାଜନଗର: ରାଜ୍ୟର ଅନେକ ଶ୍ରମିକ ଏବେ ବି ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ପ୍ରହରାଜପୁରର ୧୪ ଜଣ ଯୁବକ ହାଇଦ୍ରାବାଦ ପ୍ରଗତି ନଗରରେ ରଡ଼ ମିସ୍ତ୍ରୀ ଭାବେ କାମ କରନ୍ତି । ସେଠାକାର ସରକାର କିଛି ଦିନ ଖାଇବାକୁ ଦେଇ ପରେ ବନ୍ଦ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଲକ୍‌ଡାଉନ ଯୋଗୁ ଯାନବାହନ ବନ୍ଦ ହୋଇଯିବାରୁ ସେମାନେ ଏବେ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଗତ ରବିବାର ଠାରୁ ସେମାନେ ଚାଲି ଚାଲି ଆସୁଥିବା ବେଳେ ଏବେ ବିଶାଖାପାଟଣାରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.