ଆଠଗଡ଼ କଣ୍ଟେନମେଣ୍ଟ ଜୋନ ଘୋଷଣା, ୫ ଜଣ ପୋଲିସଙ୍କ ସମେତ ଜଣେ ସାମ୍ବାଦିକଙ୍କୁ କରୋନା

ଆଠଗଡ଼: ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି କରୋନା ସଂକ୍ରମଣ। କଟକ ବଡ଼ମ୍ବା ଅଞ୍ଚଳରୁ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୫ ପୋଲିସ କର୍ମଚାରୀ ଏବଂ ଜଣେ ସାମ୍ବାଦିକଙ୍କୁ କରୋନା ହୋଇଥିବା ନେଇ ବଡ଼ମ୍ବା BDO ଉତ୍କଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏବେ ସୁଦ୍ଧା ୧୨ ପୋଲିସ କର୍ମଚାରୀଙ୍କ ସମେତ ୧୩ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ କଟକ ଜିଲ୍ଲାର ବଡ଼ମ୍ବା ଥାନା ଆଇଆଇସି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ଅଂଚଳରୁ ଆଜି ପୁଣି ୬ ଜଣ ପୁଲିସ କର୍ମଚାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏ ମଧ୍ୟରେ ଆଠଗଡ଼ର ଡିଏସପି ରହିଥିବା ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ.ବିଜୟ କୁମାର ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ଚିହ୍ନଟ ୬ ଜଣ ପୁଲିସ କର୍ମଚାରୀଙ୍କ ସମେତ ମୋଟ ୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇସାରିଛନ୍ତି।

ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବଡମ୍ବାସ୍ଥିତ ମୋହନ ସୁବୁଦ୍ଧି ବିଦ୍ୟାପୀଠରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୦ ଜଣ ବ୍ୟକ୍ତିଙ୍କର ସ୍ୱାବ ନମୁନା ଗତକାଲି ସଂଗ୍ରହ ହୋଇଥିଲା। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ମୋଟ ୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବଡ଼ମ୍ବା ଥାନାର ଜଣେ ଏଆଇସି, ୪ ଜଣ କର୍ମଚାରୀ ଓ ଆଠଗଡ଼ ଡିଏସପି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ଆଠଗଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.