Below header

ଏହି ଦେଶରେ ଛେଳିଙ୍କଠୁ ନେଇ ଫଳ ପର୍ଯ୍ୟନ୍ତ ସମସ୍ତେ ବାହାରିଲେ କରୋନା ପଜିଟିଭ, ଟେଷ୍ଟ କିଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

କରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ବ୍ୟାପିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ବାଦୁଡ଼ି, ମଣିଷ, କୁକୁର ଏବଂ ବିଲେଇମାନଙ୍କଠାରେ କରୋନା ସଂକ୍ରମଣ ବିଷୟରେ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ଏକ ଆଫ୍ରିକୀୟ ଦେଶରେ ଛେଳି ଏବଂ ଗଛର ଫଳ ମଧ୍ୟ କରୋନା ସଂକ୍ରମିତ ହୋଇଛି । ଏହି ଦେଶ ହେଉଛି ତାଞ୍ଜାନିଆ ।

ସୂଚନା ଅନୁଯାୟୀ ତାଞ୍ଜାନିଆରେ ଛେଳି ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରକାର ଫଳ ପପ୍ପରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି । ଏହାପରେ ସେଠାକାର ରାଷ୍ଟ୍ରପତି ଜନ୍ ମାଗୁଫଲି ଟେଷ୍ଟ କିଟକୁ ଖରାପ କହିବା ସହିତ ଏହାର ଗୁଣବତ୍ତା ଯାଞ୍ଚ କରିବାକୁ କହିଛନ୍ତି । ଖବର ମୁତାବକ ତାଞ୍ଜାନିଆରେ ମଧ୍ୟ କରୋନା ଭାଇରସ ମାମଲା କିଛି କମ୍ ନୁହେଁ ଏବଂ କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜନ୍ ମାଗୁଫଲି ସାରା ଦୁନିଆ ଆଗରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଲୁଚାଇଥିଲେ ବୋଲି ଚର୍ଚ୍ଚା ଚାଲିଥିଲା । ବର୍ତ୍ତମାନ ଛେଳି ଏବଂ ଫଳରେ କରୋନା ଜୀବାଣୁ ମିଳିବା ପରେ ସେ କହିଛନ୍ତି ଯେ ବିଦେଶରୁ ଆସିଥିବା ଟେଷ୍ଟ କିଟ୍ ଠିକ୍ ନୁହେଁ । ଏହା କିପରି ସମ୍ଭବ ଯେ ଛେଳି ଏବଂ ପପି ଫଳ କରୋନା ପଜିଟିଭ୍ ଆସିବ ? ଏହି ଟେଷ୍ଟ କିଟ୍ ଯାଞ୍ଚ କରିବାକୁ ସେ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ଖବର ଅନୁଯାୟୀ ତାଞ୍ଜାନିଆରେ ଛେଳି, ପପି ଫଳ ଏବଂ ମେଣ୍ଢାଙ୍କ ନମୁନା ନିଆଯାଇଥିଲା । ଯାଞ୍ଚ ପାଇଁ ନମୁନାକୁ ତାଞ୍ଜାନିଆର ଲାବୋରେଟୋରୀକୁ ପଠାଯାଇଥିଲା ଯେଉଁଥିରେ ଛେଳି ଏବଂ ପପି ଫଳ କରୋନା ବାହାରିଥିଲା । ସୂଚନା ଅନୁଯାୟୀ ଗତକାଲି ତାଞ୍ଜାନିଆରେ କରୋନାରେ 17 ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.