Below header

ଯାଜପୁର:ବାରବାଟୀ ନିକଟ ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ହେବ ଘରୁ ଥିଲେ ନିଖୋଜ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବାରବାଟୀ ନିକଟ ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ହେଲେ କୁଆଖିଆ ଥାନା ରାଜେନ୍ଦ୍ରପୁର ହାଟସାହି ଗ୍ରାମର ଅକ୍ଷୟ କୁମାର ଦ୍ବିବେଦୀ। ସେ ଦୁଇ ଦିନ ହେବ ଘରୁ ନିଖୋଜ ଥିଲେ। ଏପଟେ ଏକ ବାଇକ ବ୍ରାହ୍ମଣୀ ବ୍ରିଜ ତଳେ ଥୁଆ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।ତେବେ ଆଜି ନଦୀର ଓଡ଼ଙ୍ଗ ଛନ୍ଦା ନିକଟରେ ଶବଟି ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ପରେ ନଦୀରୁ ଉଦ୍ଧାର କରାଯିବା ସହ ପରିବାର ଲୋକେ ଚିହ୍ନଟ କରିଥିଲେ। ନିଖୋଜ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ଧର୍ମଶାଳା ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.