ସାଉଥ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିପାରନ୍ତି ଭାଇଜାନ ! ଚିରଞ୍ଜିବୀଙ୍କ ସହିତ ଆସିପାରନ୍ତି ନଜର

ଗତ କିଛିଦିନ ହେଲାଣି ସାଉଥ ସୁପରଷ୍ଟାର ଚିରଞ୍ଜିବୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଆଚାର୍ଯ୍ୟ’କୁ ନେଇ ଅନେକ ଚର୍ଚ୍ଚା। ଏହି ଫିଲ୍ମର ଅଫିସିଆଲ ଘୋଷଣା କରାଯାଇଛି। ଏହି ଫିଲ୍ମରେ ଏକ ଖାସ୍‌ ଭୂମିକା ପାଇଁ ବଲିଉଡର ଭାଇଜାନଙ୍କ ସହିତ ସଂପର୍କ କରାଯାଇଛି। ଏହି ଖାସ୍‌ କେମିଓ ଭୂମିକା କେବଳ ସଲମାନ କରିପାରିବୋଲି କୁହାଯାଉଛି।

sal

ସୂଚନାଯୋଗ୍ୟ, ‘ଆଚାର୍ଯ୍ୟ’ ଫିଲ୍ମ ମଲୟାଲମ ସୁପରହିଟ୍‌ ଫିଲ୍ମ ‘Lucifer’ର ରିମେକ। ଫିଲ୍ମର ପ୍ରଯୋଜକ ଚାହୁଁଛନ୍ତି କି, ମଲାୟଲମ ଫିଲ୍ମରେ ପୃଥ୍ଵୀରାଜ ଯେଉଁ ଚରିତ୍ରରେ ନଜର ଆସିଥିଲେ, ସଲମାନ ସେହି ଚରିତ୍ରରେ ନଜର ଆସନ୍ତୁ। କିନ୍ତୁ ସଲମାନ ଏହି ଭୂମିକାରେ ନଜର ଆସିବେ କି ନାହିଁ, ତାହା ପରେ ଜଣାପଡିବ। ଏହି ଫିଲ୍ମକୁ ସୁଜିତ ନିର୍ଦ୍ଦେଶନା ଦେଉଥିବା ବେଳେ ମୁଖ୍ୟ ଭୂମିକାରେ ଚିରଞ୍ଜିବୀଙ୍କ ସହିତ ନଜର ଆସିବେ କାଜଲ ଅଗ୍ରଓ୍ଵାଲ।

ଏବେ ସଲମାନ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ ଭାଇ’ ରିଲିଜ ଅପେକ୍ଷାରେ ରହିଛି। ପ୍ରଭଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଲମାନଙ୍କ ସହିତ ଦିଶା ପଟାନୀ, ରଣଦୀପ ହୁଡ୍ଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଇଦ୍‌ଷର ରିଲିଜ ହେବାକୁ ଥିଲା କିନ୍ତୁ ଲକଡାଉନ ଯୋଗୁଁ ହୋଇପାରିଲା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.