ଲକଡାଉନ ନିୟମ ଉଲଂଘନକାରୀ ବ୍ୟକ୍ତି ଥାନାରେ ଏମିତି ଡ୍ୟାନ୍ସ କଲେ ଯେ ଶେଷରେ ଚାଲିଗଲା ଥାନା ବାବୁଙ୍କ ଚାକିରୀ

କରୋନା ପାଇଁ ସାରା ଦେଶ ଲକଡାଉନ। କିନ୍ତୁ କିଛି ଅମାନିଆ ଲକଡାଉନ ନିୟମକୁ ଭାଙ୍ଗି ଘରୁ ପାଦ କାଢି ଚାଲି ଆସୁଛନ୍ତି ବାହାରକୁ। ଆଉ ବାହାରକୁ ଆସି ପୋଲିସ ପାଖରୁ ଖାଉଛନ୍ତି ଉତ୍ତମ ମଧ୍ୟମ ନଚେତ ସିଧା ଯାଉଛନ୍ତି ମାମୁଁ ଘରକୁ।

ଉତ୍ତର ପ୍ରଦେଶ ଇଟାୱାର ଥିବା ଏକ ପୋଲିସ ଥାନାର ଭିଡ଼ିଓ ଏବେ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଜଣେ ବ୍ୟକ୍ତି ସପନା ଚୌଧୁରୀଙ୍କ ପାପୁଲାର ସଙ୍ଗ ‘ତେରୀ ଅଂକ୍ଷା କା ୟୋ କାଜଲ….’ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଆପଣ ଭାବୁଥିବେ ଏହି ବ୍ୟକ୍ତି ଜଣଙ୍କ ଏମିତି ଠୁମକା କାହିଁକି ମାରୁଛନ୍ତି ସେ ପୁଣି ଥାନା ଭିତରେ। ତାହେଲେ ଜାଣନ୍ତୁ ବ୍ୟକ୍ତିଙ୍କର ଏମିଟି ନାଚିବା ପଛର କାରଣ।

thanaଥାନା ଭିତରେ ନାଚୁଥିବା ବ୍ୟକ୍ତି ଆମର ଲକଡାଉନ ନିୟମ ଭାଙ୍ଗିଛନ୍ତି। ଆଉ ଦଣ୍ଡ ସ୍ୱରୂପ ପୋଲିସବାବୁ ନେଇ ଆସିଛନ୍ତି ଥାନାକୁ ଆଉ ବ୍ୟକ୍ତିଙ୍କୁ ଧୁମ ନଚାଉଛନ୍ତି। ଆଉ ବ୍ୟାକ୍ତି ଜଣଙ୍କ ଏମିତି ନାଚିଲେ ଯେ ଥାନା ବାବୁ ନିଲମ୍ବିତ ହୋଇଗଲେ। ଏହା ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା। ଆଜ୍ଞା ହଁ ବ୍ୟକ୍ତିଙ୍କୁ ଡ୍ୟାନ୍ସ ହିଁ ଥାନା ବାବୁଙ୍କୁ ନିଲମ୍ବିତ କରିଦେଇଛି।


ବାସ୍ତବରେ କଥା ଏୟା ଯେ ବ୍ୟକ୍ତିଙ୍କ ଡ୍ୟାନ୍ସ ଭିଡ଼ିଓ ସେୟାର ହେବା ମାତ୍ରକେ ଭିଡିଓଟି ଖୁବ ଭାଇରଲ ହୋଇଗଲା। ଆଉ ଭାଇରଲ ଭିଡ଼ିଓକୁ ଦେଖି କିଛି ଲୋକ ପୋଲିସ୍ ବାବୁଙ୍କ ଏହି କାମରେ ଅସନ୍ତୁଷ୍ଟ ହୋଇଛନ୍ତି। କିନ୍ତୁ କୁହାଯାଉଛି ଯେ ଭିଡ଼ିଓଟି ଭାଇରଲ ହେବା ପରେ ଥାନା ପ୍ରଭାରୀଙ୍କୁ ନିଲମ୍ବିତ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.