ରାଉରକେଲା ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କଲା ପ୍ରଶାସନ, ଜାରି ହେଲା ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌ ନମ୍ବର

ରାଉରକେଲା: ରାଉରକେଲା ନାଲା ରୋଡରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୮୩ଟି ଟିମ୍‌, ସାନିଟାଇଜେସନ୍‌ ଲାଗି ୨୦ଟି ଟିମ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଲାଗି ୧୪ଟି ଟିମ୍‌ ମୁତୟନ ହୋଇଛନ୍ତି। ସେକ୍‌ଟର-୧୮ରେ ଥିବା ମାଛ, ମାଂସ ଦୋକାନକୁ ବନ୍ଦ କରିବା ଲାଗି ପ୍ରସାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ର ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେବା ଲାଗି ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌ ଖୋଲାଯାଇଛି। ହେଲ୍‌ପ ଲାଇନ୍‌ ନମ୍ବର ହେଲା 9439999942 ଓ 9777578758 । ଏନେଇ ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.