ଆସିଲା ଆଜିର ନୂଆ ୭ କରୋନା ପଜିଟିଭଙ୍କ ତଥ୍ୟ: ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତ ଗୋଟିଏ ପରିବାରର, ଭଦ୍ରକରୁ ୩

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଓ ଭଦ୍ରକରୁ ୩ ଜଣ ଅଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡ଼ରେ ୧୦ ଓ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସୁନ୍ଦରଗଡ଼ର ନୂଆ ୪ ଆକ୍ରାନ୍ତ ରାଉରକେଲା ନାଲା ରୋଡ଼ର। ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ଅଛନ୍ତି। ମହିଳାଙ୍କ ବୟସ ୩୫ ଓ ୫୫ ବର୍ଷ,ପୁରୁଷଙ୍କ ୨୭ ଓ ୩୮। ଏମାନେ ସମସ୍ତେ ୧୦୩ ନମ୍ବର ପଜିଟିଭ୍‌ଙ୍କ ସଂପର୍କୀୟ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

୧୦୩ ନମ୍ବର ପଜିଟିଭ୍‌ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ୬ ନମ୍ବର ଆକ୍ରାନ୍ତ । ଭଦ୍ରକରେ ୩ ପଜିଟିଭ୍‌, ସମସ୍ତେ ପୁରୁଷ। ୩ ପଜିଟିଭ୍‌ଙ୍କ ବୟସ ୨୮, ୨୯ ଓ ୪୫ ବର୍ଷ। ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ୮୦ଜଣ ଚିକିତ୍ସାଧୀନ ଥିବା ବେଳେ ୩୭ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ୭ ଜିଲ୍ଲାରେ ରହିଛି ଆକ୍ଟିଭ୍‌ କେସ୍‌ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୯, ଯାଜପୁର ଭଦ୍ରକ ଜିଲ୍ଲାରୁ ୧୯ଜଣ ଲେଖାଏଁ ଥିବା ବେଳେ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.