କେରଳ କାସଗୋଡ଼ରେ ସୁସ୍ଥ ହେଲେ କୋଭିଡ-19ର ପ୍ରଥମ ରୋଗୀ, ତାଳି ମାରି ବିଦାୟ ଜଣାଇଲେ ମେଡିକାଲ ଷ୍ଟାଫ

ଭାରତରେ କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ସହରଗୁଡିକ ମଧ୍ୟରେ କେରଳର କାସଗୋଡ଼ର ନାମ ସାମିଲ ଅଛି । ଏଠାରେ ପାଖାପାଖି 200 ଲୋକ କରୋନାରେ ସଂକ୍ରମିତ ଅଛନ୍ତି। ଏହି କାରଣରୁ କେରଳକୁ କରୋନା ଭାଇରସର ହଟ ସ୍ପଟ ମଧ୍ୟ କୁହାଯାଉଛି। କିନ୍ତୁ ଏହାରି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି।

କାସଗୋଡ଼ରେ କୋଭିଡ-19 ରେ ସଂକ୍ରମିତ ରୋଗୀ ସମ୍ପୂର୍ଣ୍ଣ ଠିକ ହୋଇଯାଇଛନ୍ତି। ଏବେ ତାଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରି ଦିଆଯାଇଛି। ଯେତେବେଳେ ବ୍ୟକ୍ତି ଜଣକ ହସ୍ପିଟାଲରୁ ବାହାରୁଥିଲେ, ସେ ସମୟରେ ମେଡିକାଲର ଷ୍ଟାଫ ଏବଂ ଅନ୍ୟମାନେ ତାଙ୍କ ପାଇଁ ତାଳି ବଜାଇଥିଲେ। ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରସ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.