ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବଲାଙ୍ଗୀର ଜିଲ୍ଲା ସଇଁତଲା ସରପଞ୍ଚ, ବ୍ଯବସାୟୀଙ୍କଠାରୁ ଆଦାୟ କଲେ ୨୭୦୦୦ ଟଙ୍କା ଜରିମାନା

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ସଇଁତଲାରେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ। ଲୁଣ କଳାବଜାରୀ କରୁଥିବା ଅଭିଯୋଗରେ ବ୍ଯବସାୟୀଙ୍କଠାରୁ ସମୁଦାୟ ୨୭ ହଜାର ଟଙ୍କା ଜରିମାନା ସ୍ବରୂପ ଆଦାୟ କରିଛନ୍ତି ସରପଞ୍ଚ। ୨୭ହଜାର ଟଙ୍କାରୁ ୧୧-୧୧ ହଜାର ଟଙ୍କା ଲଖାଏଁ ମୁଖ୍ଯମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବାବଦକୁ ଏବଂ ୫ହଜାର ଟଙ୍କା ଲୁଣ କଳାବଜାରୀ ପାଇଁ ଆଦାୟ କରିଛନ୍ତି ସରପଞ୍ଚ ଭୀମସେନ ସ୍ବାଇଁ । ଉକ୍ତ ବ୍ଯବସାୟୀ ହୃଷୀ ସାହୁଙ୍କ ଉପରେ ଆଳୁ, ପିଆଜ ଏବଂ ଲୁଣ ଆଦି ସାମଗ୍ରୀ ଉପରେ କଳାବଜାରୀ କରୁଥିବା ନେଇ ଅଭିଯୋଗ ଆସିଥିଲା । ଯାହାକୁ ନେଇ ପଞ୍ଚାୟତ ପକ୍ଷରୁ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.