ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ ନେଇ ଦ୍ୱିତୀୟ ଦନରେ ଅର୍ଥମନ୍ତ୍ରୀଙ୍କ ଘୋଷଣା, ପ୍ରବାସୀଙ୍କୁ ୨ମାସ ପାଇଁ ମାଗଣା ଖାଦ୍ୟ ଶସ୍ୟ ଦିଆଯିବ

କେନ୍ୟୁଜ୍(ବ୍ୟୁରୋ): ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ପ୍ରଥମ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ MSME  ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ଘୋଷଣା ହୋଇଥିଲା। ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି

  • ଉଠା ଦୋକାନୀ, କ୍ଷୁଦ୍ର ଚାଷୀ, ପ୍ରବାସୀ ଶ୍ରମକଙ୍କ ପାଇଁ   ସ୍ବତନ୍ତ୍ର ପ୍ୟାକେଜ୍‌ କରାଯାଇଛି। ଏଥିରେ  ୩ କୋଟି କ୍ଷୁଦ୍ରଚାଷୀଙ୍କୁ ସୁବିଧାରେ ଋଣ ଦିଆଯାଇଛି।
  • ୪.୨ ଲକ୍ଷ କୋଟିର ଋଣ ଚାଷୀଙ୍କୁ ଦିଆଯାଇଛି।  କୃଷିଋଣର ପରିଶୋଧ ଅବଧି ମେ ୩୧କୁ ବୃଦ୍ଧି କରାଯାଇଛି।
  • ୨୫ ଲକ୍ଷ ନୂଆ କ୍ରେଡିଟ୍‌ କାର୍ଡ ଚାଷୀଙ୍କୁ ଦିଆଯାଇଛି। ଏହା ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବ।
  • MSME ପ୍ୟାକେଜରୁ ଗରିବ ସୁବିଧା ପାଇବେ।  SDRF ମାଧ୍ୟମରେ ୧୧ ହଜାର କୋଟିର ସହାୟତା ଦିଆଯିବ।  ମନରେଗାରେ ୧୦ କୋଟି କାମ ଯୋଗାଇ ଦିଆଯାଇଛି।
  • ଦୈନିକ ମଜୁରୀ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି ପ୍ରବାସୀ ଶ୍ରମିକଙ୍କୁ କାମ ଦେବାପାଇଁ ରାଜ୍ୟଙ୍କୁ କୁହାଯାଇଛି ।
  • ଦେଶରେ ୭୨୦୦ ନୂଆ SHG ଗଠନ କରାଯାଇଛି।  ୧.୨ ଲକ୍ଷ କୋଟି ସାନିଟାଇଜର ତିଆରି କରିଛନ୍ତି SHG।
  • ଏପ୍ରିଲ୍‌ ୩୦ ସୁଦ୍ଧା କୃଷି କ୍ଷେତ୍ରରେ ୬୩ ଲକ୍ଷ ଋଣ ମଞ୍ଜୁର ହୋଇଛି ।

ସେହିଭଳି  ସମସ୍ତ ପ୍ରବାସୀଙ୍କୁ ଆଗମୀ ଦୁଇ ମାସ ଯାଏ ପ୍ରାୟ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ। ଏଥିପାଇଁ ୩୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଦୁଇ ମାସ ଯାଏ  ମାସିକ ମୁଣ୍ଡ ପିଛା ୫ କିଲୋ ଚାଉଳ କିମ୍ବା ଗହମ ମିଳିବ। ପରିବାର ପିଛା ମାସିକ ୧ କେଜି ଡାଲି ମଧ୍ୟ ମାଗଣାରେ ଦିଆଯିବ। ଖାଦ୍ୟ ଶସ୍ୟ ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି।୬୭କୋଟି ଲୋକଙ୍କ ପାଇଁ ଖୁବ୍‌ ଶୀଘ୍ର ଏକ ଦେଶ-ଏକ ରାସନ କାର୍ଡ ଲାଗୁ ହେବାକୁ ଯାଉଛି। ଦେଶର ଯେକୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.