Below header

କରୋନା ପାଇଁ ସହିବାକୁ ପଡିଛି ଅନେକ କ୍ଷତି, ଭୁବନେଶ୍ୱରରେ ଏକ ଅନିଶ୍ଚିତ ଭବିଷ୍ୟତ ଦେଇ ଗତି କରୁଛି ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରି

ଭୁବନେଶ୍ବର: ବର୍ତ୍ତମାନ ସହରର ବଜାରଗୁଡିକ ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି କିନ୍ତୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବଢିଚାଲିଥିବାରୁ ଅନିଶ୍ଚିତ ଦେଇ ଗତି କରୁଛନ୍ତି ଖାସ୍ କରି ରେଷ୍ଟୁରାଣ୍ଟ ମାଲିକ ମାନଙ୍କ ଭବିଷ୍ୟତ । କେତେକ ରେଷ୍ଟୁରାଣ୍ଟ ଗୁଡିକ ଅନଲାଇନ୍ ସେବା ଯୋଗାଇ ଦେଉଛନ୍ତି । ତଥାପି ଲୋକମାନଙ୍କୁ ନିଜ ପସନ୍ଦିଆ ରେଷ୍ଟୁରାଣ୍ଟରେ ଖାଇବାର ସୁଯୋଗ ପାଇବାକୁ ଆଉ କିଛି ସମୟ ଲାଗିବ ।

online-foodଓଡିଶାର ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରି ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଦେଇ ଗତି କରୁଛି। ତେବେ ଭୁବନେଶ୍ୱରର ଜଣେ ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି କି, ବର୍ତ୍ତମାନ ଅର୍ଡର ଗୁଡିକ ଅନଲାଇନରେ ନିଆଯାଇ ଘରେ ଘରେ ବିତରଣ କରାଯାଉଛି । ପୂର୍ବ ବ୍ୟବସାୟର ମାତ୍ର ୧୦% ବ୍ଯବସାୟ ବର୍ତ୍ତମାନ ହେଉଛି। ମୋଟ ଅର୍ଡର ଗୁଡିକର ଏକ ଉଚ୍ଚ ପ୍ରତିଶତ ଖାଦ୍ୟ ଏଗ୍ରିଗେଟର୍ସ ଦ୍ୱାରା ନିଆଯାଉଛି । ଯଦିଓ ସରକାର ଏହାକୁ କିଛି ସୀମିତ ସମୟ ପାଇଁ କାର୍ଯ୍ୟକାରୀ କରିଛନ୍ତି ତଥାପି ଭବିଷ୍ୟତ ଅତ୍ୟନ୍ତ ଅନିଶ୍ଚିତ ଭଳି ମନେ ହେଉଥିବା ସେ କହିଛନ୍ତି । ଏହାସହ ସେ କହିଛନ୍ତି କି, ମହାମାରୀ ଦୂର ହେବ କି ନାହିଁ ତାହା ଜଣା ନାହିଁ, କିନ୍ତୁ ଏଥିରେ ବ୍ୟବସାୟକୁ ବହୁ କ୍ଷତି ସହିବାକୁ ପଡିଛି।

closeରାଜ୍ୟ ସରକାର ଓଡ଼ିଶାରେ ଜୁନ୍ ୩୦ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଏବଂ ସପିଂ ମଲ୍ ଖୋଲିବାକୁ ବାରଣ କରିଛନ୍ତି। କିନ୍ତୁ ଅନ୍ୟାନ୍ୟ ରାଜ୍ୟରେ  ଅଧିକାରୀମାନେ ସୀମିତ ସିଟ୍ କ୍ଷମତା ବିଶିଷ୍ଟ ରେଷ୍ଟୁରାଣ୍ଟଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଛନ୍ତି, ସେମାନେ ବହୁ କ୍ଷତି ହେତୁ ବନ୍ଦ କରି ରଖିଛନ୍ତି।

ଅପରପଟେ ସନ୍ଧ୍ୟା କର୍ଫ୍ୟୁ ଏବଂ ୱିକେଣ୍ଡ୍ ବନ୍ଦ ଫଳରେ ରେଷ୍ଟୁରାଣ୍ଟ ମାଲିକମାନେ ବହୁ ଅସୁବିଧା ଭୋଗୁଛନ୍ତି । ସନ୍ଧ୍ୟା ୭ ଟା ଭିତରେ ଦୋକାନ ବନ୍ଦ କରିବାକୁ ପଡୁଛି ଏବଂ ଏହା ପୂର୍ବରୁ ଲୋକମାନେ ରାତ୍ରୀ ଭୋଜନ କରିବେ ନାହିଁ । ଏହାସହ ଶନିବାର ଏବଂ ରବିବାର ସଟ୍ ଡାଉନ୍ ଫଳରେ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ପଡୁଛି । ତେବେ ଏଭଳି ପରିସ୍ଥିତରେ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟଙ୍କା ଆଦାୟ କରାଯାଇପାରୁନାହିଁ ବୋଲି ଅନ୍ଯ ଜଣେ ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି।

take outଅନ୍ଯପଟେ ଯଦିଓ ଭାଇରସ୍ ସଂକ୍ରମଣର ପ୍ରାରମ୍ଭିକ ଭୟ ଲୋକଙ୍କ ମଧ୍ୟରେ ଦୂର ହେବାରେ ଲାଗିଛି, ତଥାପି ସେମାନେ ଏଥର ଏକ ରେଷ୍ଟୁରାଣ୍ଟ ଯିବା ପୂର୍ବରୁ ଦୁଇଥର ଚିନ୍ତା କରିବେ ନିଶ୍ଚୟ । ଏହି ମହାମାରୀ ପାଇଁ ଟିକା ଉପଲବ୍ଧ ନହେବା ପର୍ଯ୍ୟନ୍ତ ସବୁ କିଛି ସ୍ୱାଭାବିକ ହେବ ନାହିଁ ବୋଲି ଜଣେ ଖାଦ୍ୟପ୍ରେମୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.