ନିତି ଆୟୋଗଙ୍କ ସତର୍କବାଣୀ: ଦେଶରେ ତୃତୀୟ ଲହରରେ ଦୈନିକ ସଂକ୍ରମଣ ଛୁଇଁପାରେ ୪ଲକ୍ଷ !

ଭୁବନେଶ୍ବର(କେନ୍ଯୁଜ୍): ନିତି ଆୟୋଗଙ୍କ ସତର୍କବାଣୀ। ଦେଶରେ ଭୟଙ୍କର ରୂପ ନେବ ତୃତୀୟ ଲହର। ଦୈନିକ ସଂକ୍ରମଣ ୪ଲକ୍ଷ ଛୁଇଁବାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍‌। ପ୍ରତି ୧୦୦ ଜଣରେ ୨୦ଜଣ ସଂକ୍ରମିତ ହସ୍‌ପିଟାଲରେ ଭର୍ତ୍ତି ହୋଇପାରନ୍ତି। ଏଥିପାଇଁ ୨ଲକ୍ଷ ICU ବେଡ୍‌ ପ୍ରସ୍ତୁତ ରଖିବାକୁ କମିଟି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି।

ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ୧ଲକ୍ଷ ୨୦ହଜାର ଆଇସିୟୁ ବେଡ୍‌ ସହ ୭ଲକ୍ଷ ସାଧାରଣ ବେଡ୍‌ ଏବଂ ୧୦ଲକ୍ଷ ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡିବ। ସମ୍ଭାବ୍ୟ ପରିସ୍ଥିତି ପାଇଁ ଓଡ଼ିଶା ପ୍ରସ୍ତୁତ ରହିଛି। କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ସେହିପରି ସଂକ୍ରମଣ ହାର ଉପରେ ନଜର ରଖିବା ପାଇଁ ସର୍ଭିଲାନ୍ସ, ଟେଷ୍ଟି ଓ ଟ୍ରାକିଂ ତ୍ୱରାନିତ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.