Below header

କୋଭିଡ୍‌-19 ସଂକ୍ରମଣକୁ ପ୍ରତିହିତ ପାଇଁ ଲକ୍‌ଡାଉନ୍‌ ହୋଇଛି ସମ୍ପୂର୍ଣ୍ଣ ଓଡ଼ିଶା, ବିଭିନ୍ନ ସ୍ଥାନରେ ଜୋରଦାର ଚାଲିଛି ଚେକିଂ

ଭୁବନେଶ୍ବର: କୋଭିଡ୍‌ – 19 ସଂକ୍ରମଣକୁ ପ୍ରତିହିତ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଲକ୍‌ଡାଉନ୍‌ ହୋଇଛି ସମ୍ପୂର୍ଣ୍ଣ ଓଡ଼ିଶା । କରୋନା ଭାଇରସ୍‌ ମୁକାବିଲା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ସ୍ଥାନରେ ଜୋରଦାର ଚାଲିଛି ଚେକିଂ। ମାର୍ଚ୍ଚ ୨୯ ଯାଏ ତାଲା ବନ୍ଦ ପାଇଁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୧୪ ଜିଲ୍ଲା ଲକ୍‌ ଡାଉନ ଘୋଷଣା ହୋଇଥିଲା । ୧୦୪ ହେଲ୍‌ପ ଲାଇନ୍‌ ଜରିଆରେ ବିଦେଶରୁ ରାଜ୍ୟକୁ ଫେରିଥିବା ୩ହଜାର ୮୬୧ଜଣ ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣଙ୍କ ନିକଟରେ କରୋନା ଲକ୍ଷଣ ଥିବା ସନ୍ଦେହ କରାଯାଉଛି। ସେମାନଙ୍କ ଉପରେ ସତର୍କ ନଜର ରଖାଯାଇଥିବା କହିଛନ୍ତି କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

corona odishaଲକ୍‌ ଡାଉନକୁ କଡାକଡି କରାନଗଲେ ରାଜ୍ୟରୋ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ଏବେ ଜୀବନ ବଞ୍ଚାଇବାର ସମୟ ବୋଲି କହିଛନ୍ତି ବାଗ୍‌ଚୀ। ରାଜ୍ୟରେ ୧୧୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ କୌଣସି ପଜିଟିଭି ବାହାରିନାହିଁ। ଯେଉଁ ଦୁଇ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.