ଲକଡାଉନ ମାନୁନାହାଁନ୍ତି ଲୋକେ, ରାସ୍ତାରେ ବୁଲୁଥିବା ଲୋକଙ୍କୁ ବୁଦ୍ଧି ଶିଖେଇବା ପାଇଁ ପୋଲିସ ଦେଉଛି ଏଭଳି ଅଜବ ଦଣ୍ଡ, ଦେଖନ୍ତୁ ଭିଡିଓ

ସାରା ବିଶ୍ୱରେ ଏବେ କରୋନା ଭାଇରସର ଭୟ । ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ବଡ ବଡ ବିକାଶଶୀଳ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାର୍ ମାନି ସାରିଲାଣି । ଏସବୁ ମଧ୍ୟରେ କାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିସାରିଛନ୍ତି । ତେବେ ଏତେ ସବୁ ପରେ ମଧ୍ୟ ଏବେବି କିଛିଲୋକ ଏ କଥାକୁ ଗମ୍ଭୀରତାର ସହ ନେଉନାହାନ୍ତି । ଦେଶରେ ଏଭଳି ପରିସ୍ଥିତି ଓ ପୋଲିସର ଏତେ କଡା ପହରା ପରେ ମଧ୍ୟ ଲୋକମାନେ ଘରୁ ବାହାରି ମନଇଚ୍ଛା ରାସ୍ତାରେ ବୁଲୁଛନ୍ତି । ତେବେ ନିୟମ ନମାନୁଥିବା ଲୋକଙ୍କ ପାଇଁ ପୋଲିସ ଏଭଳି କିଛି ଦଣ୍ଡବିଧାନ କରିଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ନିକଟରେ ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟକୁ ଲକଡାଉନ ଘୋଷଣା କରାଯିବବା ପରେ ମଧ୍ୟ ଲୋକମାନେ ନିୟମ ନମାନି ମନଇଛା ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ପୋଲିସ ସେମାନଙ୍କୁ ଏଭଳି କିଛି ଦଣ୍ଡ ଦେଇଛି ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଅତି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ତେବେ ପୋଲିସ ଏହି ଲୋକମାନଙ୍କୁ ବୁଦ୍ଧି ଶିଖାଇବା ପାଇଁ ଏକ ଅଜବ ଉପାୟ ଆପଣେଇଥିଲା ।


ଭିଡିଓରେ ଆପଣ ଦେଖିପାରୁଥିବେ ଯେ ରାସ୍ତାଉପରେ କିଭଳି ଜଣଙ୍କ ପରେ ଜଣେ ହାତଯୋଡ଼ି ତଳେ ପେଟେଇଛନ୍ତି । ଏହି ଭିଡିଓକୁ ଆଇପିଏସ ପଙ୍କଜ ନୈନ ସେୟାର କରିବା ସହ ଲେଖିଥିଲେ “ଦୟାକରି ସୋସିଆଲ ଡିଷ୍ଟାନସିଂ ପାଳନ କରନ୍ତୁ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖନ୍ତୁ । ହାତ ଯୋଡି କହୁଛି ଏହା ପିକନିକର ଟାଇମ ନୁହେଁ” । ତେବେ ପୋଲିସର ଏଭଳି ପଦକ୍ଷେପକୁ ଲୋକମାନେ ଖୁବ ତାରିଫ ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.