Below header

୧୯୬ଟି ରାଷ୍ଟ୍ରକୁ ବ୍ୟାପିଲା କରୋନାଭାଇରସ୍: ମୃତ୍ୟୁ ସଂଖ୍ୟା ଟପିଲା ୧୮ ହଜାର, ଗୋଟିଏ ଦିନରେ ଇଟାଲିରେ ୭୪୩ ଜଣଙ୍କ ପ୍ରାଣଗଲା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ବିଭୀଷିକା। ପୂରା ବିଶ୍ୱ ଏବେ କରୋନା କବଳରେ। ୧୯୬ଟି ରାଷ୍ଟ୍ରକୁ ବ୍ୟାପିଲା କରୋନା। ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢୁଛି। ମୃତ୍ୟୁ ସଂଖ୍ୟା ୧୮ ହଜାର ଟପି ଯାଇଛି। ଏଯାଏ ୪.୨୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୮ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି।

corona virus 1ଇଟାଲି କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗୋଟିଏ ଦିନରେ ୭୪୩ ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲିରେ କରୋନାରେ ମୃତ୍ୟୁସଂଖ୍ୟା ୬ହଜାର ୮୨୦ରେ ପହଞ୍ଚିଛି। ଚୀନ୍‌ରେ ମୃତ୍ୟୁସଂଖ୍ୟା ୩ହଜାର ୨୭୭ରେ ପହଞ୍ଚିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୬୮୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୯୦୦ ଟପିଛି। ଇରାନ୍‌ରେ କରୋନା ମୃତ୍ୟୁସଂଖ୍ୟା ୧ହଜାର ୯୩୪, ଆମେରିକାରେ ୭୭୫ ଓ ଫ୍ରାନ୍ସରେ ୧୧୦୦ ଟପିଛି ମୃତ୍ୟୁସଂଖ୍ୟା । ଏବେ ସାରା ପୃଥିବୀ କରୋନା ସହ ଲଢୁଛି। ପୂରା ଶୂନଶାନ ହୋଇ ପଡିଛି ସାରା ବିଶ୍ୱ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.