ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର: ସମସ୍ତ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା । ଆରଟିପିସିଆର ମାଧ୍ୟମରେ ହେବ ପରୀକ୍ଷା। ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ଏହି କୋଭିଡ ପରୀକ୍ଷା ହେବ। ନେଗେଟିଭ ଆସିଲେ ବିଧାନସଭା ଅଧିବେଶନରେ ଯୋଗ ଦେବେ । ୫ ଦିନ ପରେ ପୁଣିଥରେ ଟେଷ୍ଟ କରାଯିବ। ବିଧାନସଭାରେ ହିଁ ବସିବ ଅଧିବେସନ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଯୋଗ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ । ସ୍ୱାସ୍ଥ୍ୟ ସଚିବ ଓ ବିଏମ୍‌ସି କମିଶନର ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି । ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ତାପୂର୍ବରୁ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହେଉଛନ୍ତି । ପାଖାପାଖି ୨୦ ଜଣ ଆକ୍ରାନ୍ତ ହେଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.