ଏହି ଡିଜେ ବାଲା ବାବୁଙ୍କ ଉପରେ ଟିକେ ପକାନ୍ତୁ ନଜର, ଦୁଇଟି ଫଳରେ ଏତେ ସୁନ୍ଦର ମ୍ୟୁଜିକ

ସଂଗୀତ ସବୁଠି ଥାଏ। ଆପଣ କୌଣସି ବି ବାଦ୍ୟରୁ ସଂଗୀତକୁ ଫିଲ୍‌ କରିପାରିବେ। କେବଳ ଦରକାର ହୋଇଥାଏ ତାକୁ କାନ ଦେଇ ଶୁଣି ଅନୁଭବ କରିବା। ଆପଣଙ୍କୁ ଆମେ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣଙ୍କୁ ନିହାତି ଭାବରେ ଖୁସି ଲାଗିବ। ଜଣେ ବ୍ୟକ୍ତି ମାତ୍ର କିଛି ଫ୍ରୁଟ୍ସ ସାହାଯ୍ୟରେ ସଂଗୀତର ଧୂନ ବାହାର କରିପାରୁଛନ୍ତି, ତାହାପୁଣି ଏମିତି ସେମିତି ନୁହେଁ ପୂରା ଡିଜେ ଷ୍ଟାଇଲ। କହିବାକୁ ଗଲେ ଏକଦମ୍‌ ଢ଼ିନଚାକ ଢ଼ିନଚାକ।

ବ୍ୟକ୍ତି ଜଣଙ୍କ ତରଭୁଜ ଏବଂ କିଓ୍ଵି ବ୍ୟବହାର କରି ଇଲେକଟ୍ରୋନିକ ମ୍ୟୁଜିକ ବାହାର କରୁଛନ୍ତି। ଯେଉଁ ବାଦ୍ୟକୁ ଶୁଣିବା ପରେ ଇଣ୍ଟରନେଟ ୟୁଜର କହି ଉଠୁଛନ୍ତି ଭାଇ ବହୁତ ହାର୍ଡ। ଆପଣ ବି ଶୁଣନ୍ତୁ ଆଉ ଦେଖନ୍ତୁ କିପରି ଭାବେ ମାତ୍ର ଦୁଇଟି ଫଳ ସାହାଯ୍ୟରେ ଏତେ ବଢ଼ିଆ ବାଦ୍ୟ ବଜାଉଛନ୍ତି।

ଏହି ଭିଡିଓକୁ ଜଣେ ଟ୍ଵିଟର ୟୁଜର ସେୟାର କରିଛନ୍ତି। ତେବେ ଏହି ଭିଡିଓଟି ସେୟାର ହେବା ମାତ୍ରକେ ଖୁବ୍‌ ଭାଇରାଲ ହେବା ସହିତ ଲୋକେ ମଧ୍ୟ ଏହାକୁ ବହୁତ ଭଲ ପାଉଛନ୍ତି। ଆପଣ ବି ଦେଖିପାରୁଥିବରେ ଯେ କିପରି ତରଭୁଜକୁ ଲମ୍ବା ଲମ୍ବା କାଟି କିଓ୍ଵିର ଅଧା ଭାଗକୁ ବାଣ୍ଟି ଗୋଟେ ଟେବୁଲ ଉପରେ ରଖିଛନ୍ତି। ଏଥିରେ ଗୋଟିଏ ପଟେ ତାର ଲାଗିଛି ଆଉ ବ୍ୟକ୍ତି ତାକୁ ପ୍ଳେ କରୁଛନ୍ତି ଆଉ ୟାକୁ ଦେଖି ଲାଗୁଛି ଯେମିତି ବ୍ୟକ୍ତି ପିଆନୋ ବଜାଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.