କୋଭିଡରେ ସ୍ୱାମୀଙ୍କ ମୃତ୍ଯୁକୁ ସହଜରେ ଗ୍ରହଣ କରିପାରିଲେନି ସ୍ତ୍ରୀ, ଶେଷରେ ହୃଦଘାତରେ ଛାଡିଗଲା ପ୍ରାଣ

ନୟାଗଡ଼: ସ୍ୱାମୀଙ୍କ କୋଭିଡରେ ମୃତ୍ଯୁ ପରେ ହୃଦଘାତରେ ଚାଲିଗଲେ ସ୍ତ୍ରୀ। ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଟାଙ୍ଗିସାହି ପାଟଣାର ଦିଲୀପ ପାତ୍ର। ଯିଲ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁରିଥିଲେ । କଲେଜ ପଢିବା ସମୟରୁ ଇଟାମାଟି ସୁଜାତା ପତ୍ରଙ୍କୁ ଭଲ ପାଇ ବସିଥିଲେ । ଘର ଲୋକଙ୍କ ସ୍ୱୀକୃତି କ୍ରମେ ବର୍ଷେ ତଳେ ଉଭୟ ବିବାହ କରିଥିଲେ । ଦିଲୀପ ଓ ସୁଜାତାଙ୍କ ମଧ୍ୟରେ ଭଲପାଇବା କେବେ ଫିକା ପଡିନଥିଲା । ନିକଟରେ ସେମାନେ ଅଣ୍ଡାମାନ ବୁଲିବା ପାଇଁ ଯାଇଥିଲେ । ସେଠୁ ସେମାନେ ୧୪ତାରିଖ ଦିନ ଘରକୁ ଫେରିଥିଲେ ।

କିନ୍ତୁ ସେଠାରୁ ଫେରିବା ପରେ  ଦିଲୀପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେ କୋଭିଡ୍ ଟେଷ୍ଟ କରିଥିଲେ । ପଜିଟଭ୍ ରିପୋର୍ଟ ଆସିବାପରେ ସେ କଟକରେ ଚିକିତ୍ସା ହେଉଥିଲେ । କିନ୍ତୁ ହଠାତ ତାଙ୍କର ମୃତ୍ଯୁ ଖବର ଘରେ ପହଞ୍ଚିଥିଲା । ଅକାଳରେ ସ୍ୱାମୀଙ୍କ ଦେହନ୍ତ ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ସ୍ତ୍ରୀ ସୁଜାତା ପାତ୍ର। ସାତ ଜନ୍ମ ପାଇଁ ସମ୍ପର୍କ ଡୋରି ବାନ୍ଧିଥିବା ସୁଜାତା ଶେଷରେ ହୃଦଘାତରେ ଚାଲିଗଲେ ।

ତେବେ ଏହି ଘଟଣା ଇଟାମାଟି ଅଂଚଳ ଆଲୋଡନ ସୃଷ୍ଟି କରିଛି । ଖବର ପାଇ ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟଙ୍କ ସହ ଏକ ଟିମ ପହଁଚିଲା ବେଳକୁ ସୁଜାତଙ୍କ ଶବ ସଂସ୍କାର ଘର ଲୋକ କରିସାରିଥିଲେ । ତେବେ କେଉଁ କାରଣରୁ ସୁଜାତା ଆତ୍ମହତ୍ୟା କଲେ, ନା ସ୍ୱାମୀଙ୍କ ବିୟୋଗ ଖବର ଶୁଣି ହୃଦଘାତ ରେ ତାଙ୍କ ଜୀବନ ଚାଲିଗଲା,, ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି । କିନ୍ତୁ ଦୁଇଟି ହୃଦୟ, ମାତ୍ର ଅଳ୍ପଦିନ ଘର ସଂସାର ବସେଇଥିବା ବେଳେ, ପରସ୍ପର ପରସ୍ପର କୁ ଭଲ ଭାବରେ ଜାଣିବା ଆଗରୁ ସଂସରରୁ ବିଦାୟ ନେବା ଘଟଣା ଏବେ ଜିଲ୍ଲରେ ଚର୍ଚ୍ଚା ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.