ଧୂମଧାମରେ ପାଳନ ହେଲା ସାନ୍ତାଳୀ ସଂପ୍ରଦାୟର ବାହା ପର୍ବ, ଖୁସିରେ ମସଗୁଲ ହେଲେ ଗାଁ ଲୋକେ

ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ପର୍ବ । ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ପାଇଁ ନିଆାରା ଭାବରେ ପାଳନ କରାଯାଇଥାଏ ବାହା ପର୍ବ । ଫଗୁଣ ମାସରେ ଚନ୍ଦ୍ର ଦର୍ଶନର ପଞ୍ଚମ ତିଥିରୁ ଆରମ୍ଭ ହୋଇଥାଏ ଏହି ବାହା ପର୍ବ ।

କେନ୍ଦୁଝର (କେନ୍ୟୁଜ): ପାରମ୍ପାରିକ ମାଦଳର ତାଳେ ତାଳେ ଓ ପାରମ୍ପରିକ ବେଶ ପୋଷାକ ପରିଧାନ କରି ମହିଳା , ପୁରୁଷ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ । ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ପର୍ବ । ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ପାଇଁ ନିଆାରା ଭାବରେ ପାଳନ କରାଯାଇଥାଏ ବାହା ପର୍ବ । ଫଗୁଣ ମାସରେ ଚନ୍ଦ୍ର ଦର୍ଶନର ପଞ୍ଚମ ତିଥିରୁ ଆରମ୍ଭ ହୋଇଥାଏ ଏହି ବାହା ପର୍ବ । ଏଥିରେ ଜଙ୍ଗଲର ନୂତନ ଶାଳ ଫୁଲ,ମହୁଲ ଫୁଲ ଜାହିରା ପୀଠରେ ଗ୍ରାମ ଠାକୁରାଣୀଙ୍କୁ ଅର୍ପଣ କରାଯାଇଥାଏ । ଗ୍ରାମର ଇଷ୍ଟ ଦେବୀଙ୍କୁ ଅର୍ପଣ ନକରିବା ପର୍ଯ୍ୟନ୍ତ ଜଙ୍ଗଲଜାତ ଦ୍ରବ୍ୟ ଗୁଡିକୁ ଖାଦ୍ୟରୂପେ ବ୍ୟବହାର କରାଯିବ ନାହିଁ ବୋଲି ଆଦିବାସୀ ସମାଜର ପାରମ୍ପାରିକ ନିୟମ ରହିଛି ।

ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀପାଳ ତିଲିକା ନଗର ଜାହିରା ପୀଠରେ ଧୂମଧାମ୍ ସହିତ ପାଳନ ହୋଇଛି ବାହା ପର୍ବ । ସମାଜର ରୀତିନୀତି ଅନୁସାରେ ନାଏକ ବାବାଙ୍କ ଦ୍ବାରା ମାଝିବାବା ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜା ସମ୍ପନ୍ନ ହୋଇଥିଲା । ପୂଜା ଅର୍ଚ୍ଚନା ପରେ ମହିଳା ଓ ପୁରୁଷମାନେ ପୁଜକଙ୍କ ଠାରୁ ଫୁଲ ଗ୍ରହଣ କରିଥିଲେ । ମହିଳାମାନେ ସେହି ଫୁଲକୁ ମୁଣ୍ଡ ଖୋସାରେ ଲଗାଇ ଥିବାବେଳେ ପୁରୁଷ ମାନେ କାନରେ ଲଗାଇଥିଲେ ।

ଠାକୁରାଣୀଙ୍କ ପୀଠରେ ରୋଷେଇ ହୋଇଥିବା ଖେଚୁଡି ପ୍ରସାଦକୁ ମହିଳା, ପୁରୁଷ ଓ ପିଲାମାନେ ଆନନ୍ଦରେ ଖାଇଥିଲେ । ପରେ ଆନନ୍ଦରେ ମାଦଳର ତାଳେ ତାଳେ ନାଚ ଗୀତରେ ମସଗୁଲ୍ ହୋଇଥିଲେ ସମସ୍ତ ଗ୍ରାମବାସୀ । ବ୍ରାହ୍ମଣୀପାଳ ବାହାପର୍ବରେ ଶହ ଶହ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କୁ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.