ଦେଶୀ ମଦ ପ୍ରସ୍ତୁତି ଭାଟି ଉପରେ ମହିଳାଙ୍କ ଚଢାଉ, ଭାଙ୍ଗିରୁଜି କଲେ ଛାରଖାର୍

ମଦ ବିରୋଧୀ ଶୋଭାଯାତ୍ରା କରୁଥିଲେ ଆଉ ମଦ ଦେଇଥିବା ଯନ୍ତ୍ରଣାକୁ ମନେ ପକାଇ ତାତିଲେ ମହିଳା । ଶେଷରେ ଗାଁ ଭିତରେ ପଶି ଜଙ୍ଗଲ ଭିତରେ ଚାଲିଥିବା ଚୋରା ମଦ ପ୍ରସ୍ତୁତି ଭାଟିକୁ ନଷ୍ଟ କରିଲେ ।

ଉଦଳା(କେନ୍ୟୁଜ): ମଦ ବିରୋଧୀ ଶୋଭାଯାତ୍ରା କରୁଥିଲେ ଆଉ ମଦ ଦେଇଥିବା ଯନ୍ତ୍ରଣାକୁ ମନେ ପକାଇ ତାତିଲେ ମହିଳା । ଶେଷରେ ଗାଁ ଭିତରେ ପଶି ଜଙ୍ଗଲ ଭିତରେ ଚାଲିଥିବା ଚୋରା ମଦ ପ୍ରସ୍ତୁତି ଭାଟିକୁ ନଷ୍ଟ କରିଲେ । ଯିଏ ଯେମିତି ପାରିଲା ଭାଙ୍ଗି ଚାଲିଲା । କିଏ ଦେଶୀ ମଦ ପାଇଁ ରଖାଯାଇଥିବା ପୋଚକୁ ନଷ୍ଟ କରିଲା ତ କିଏ ସେଠାରେ ଥିବା ଚୂଲିକୁ ଭାଙ୍ଗିଲେ ।

ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ଥାନା ଜଡ଼ିଦା ଗ୍ରାମରେ । ସୂଚନା ମୁତାବକ, ଆଜି ନିଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ ପକ୍ଷରୁ ଗ୍ରାମରେ ମଦ ବିରୋଧୀ ଶୋଭାଯାତ୍ରା ଚାଲିଥିଲା । ଆଉ ଏହି ଶୋଭାଯାତ୍ରା ପରେ ମହିଳାମାନେ ଗ୍ରାମ ଭିତରେ ଚୋରା ମଦ ପ୍ରସ୍ତୁତ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ତାତିଥିଲେ ମହିଳା ।ସିଧା ଏକତ୍ରିତ ହୋଇ ଜଙ୍ଗଲରେ ପଶି ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଭାଟି ଉପରେ ଚଢାଉ କରି । ଭାଙ୍ଗିରୁଜି ଛିନ୍ ଛିତ୍ର କରିଥିଲେ ।

mada

ବ୍ୟାପକ ପରିମାଣର ପୋଚ ନଷ୍ଟ କରିବା ସହିତ ମଦ ପ୍ରସ୍ତୁତି ସରଞ୍ଜାମ ନଷ୍ଟ କରିଥିଲେ । ତେବେ ଏହି ଘଟଣା ପରେ ତୁରନ୍ତ ଚାଲିଥିବା ମଦ ଭାଟି ଗୁଡିକୁ ବନ୍ଦ କରିବାକୁ ଦାବି କରିଛନ୍ତି ମହିଳାମାନେ । ଯଦି ମଦ ବେପାର ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ମହିଳାମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.