ସ୍ୱପ୍ନରେ ଦେଖୁଛନ୍ତି କି ଏପରି କିଛି ? ଭବିଷ୍ୟତରେ ଆପଣଙ୍କୁ ମିଳିପାରେ ବଡ ସଫଳତା

ଅନେକ ଥର ଆମେ ଆମର ସ୍ୱପ୍ନରେ ଆମର ମୃତ ସମ୍ପର୍କୀୟଙ୍କୁ ଦେଖିଥାଉ । କୁହାଯାଏ ଯେ ଆମର ମୃତ ସମ୍ପର୍କୀୟଙ୍କୁ ଆମ ସ୍ୱପ୍ନରେ ଦେଖିବା ଅର୍ଥ ହେଉଛି ସେମାନେ ଆମକୁ କିଛି କହିବାକୁ ଚାହାଁନ୍ତି ।

ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖନ୍ତି, ସେ ପିଲା ହେଉ କି ବୃଦ୍ଧ, କିଛି ସ୍ୱପ୍ନ ଭୟାନକ ଏବଂ କିଛି ଭଲ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ଅଛି, ଏପରି ମଧ୍ୟ କୁହାଯାଏ ଯେ ଏହି ସ୍ୱପ୍ନଗୁଡ଼ିକ ଆମକୁ ଆଗାମୀ କିଛି ଘଟଣା ବିଷୟରେ କହିଥାଏ, ଯେପରି ଆଗକୁ ଯାଇ ଆମ ସହିତ କିଛି ଘଟଣା ଘଟିପାରେ । ଅନେକ ଥର ଆମେ ଆମର ସ୍ୱପ୍ନରେ ଆମର ମୃତ ସମ୍ପର୍କୀୟଙ୍କୁ ଦେଖିଥାଉ । କୁହାଯାଏ ଯେ ଆମର ମୃତ ସମ୍ପର୍କୀୟଙ୍କୁ ଆମ ସ୍ୱପ୍ନରେ ଦେଖିବା ଅର୍ଥ ହେଉଛି ସେମାନେ ଆମକୁ କିଛି କହିବାକୁ ଚାହାଁନ୍ତି । ତେବେ ଆସନ୍ତୁ ଜାଣିବା ଯେ ସ୍ୱପ୍ନରେ ଆପଣ ନିଜ ମୃତ ସମ୍ପର୍କୀୟଙ୍କୁ ଦେଖିବାର ଅର୍ଥ କ’ଣ ?

ସ୍ୱପ୍ନରେ ଖୁସି ନଜର ଆସିବା :
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ନିଜ ମୃତ ସମ୍ପର୍କୀୟମାନଙ୍କୁ ସ୍ୱପ୍ନରେ ଖୁସି ଦେଖୁଛନ୍ତି, ତେବେ ଏହାର ଅର୍ଥ ହେଉଛି ସେମାନେ ଆପଣଙ୍କୁ ନେଇ ଖୁସି ଅଛନ୍ତି ଏବଂ ଏହା ସହ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ ।

ସ୍ୱପ୍ନରେ ରାଗିଥିବା ନଜର ଆସିବା :
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ପରିବାର ସଦସ୍ୟଙ୍କୁ ଆପଣ ସ୍ୱପ୍ନରେ ବିରକ୍ତ, କ୍ରୋଧିତ କିମ୍ବା କାନ୍ଦୁଥିବାର ଦେଖୁଛନ୍ତି, ତାହେଲେ ଏହାର ଅର୍ଥ ହେଉଛି ସେମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହାର ଅର୍ଥ ଆପଣ ଭୟଙ୍କର ଯନ୍ତ୍ରଣା ଭୋଗିବାକୁ ଯାଉଛନ୍ତି । ଏହା ସହ ଏପରି ମଧ୍ୟ ଆପଣ କିଛି ଦୁର୍ଘଟଣାର କିମ୍ବା ଖରାପ ଖବର ପାଇପାରନ୍ତି ।

ସ୍ୱପ୍ନରେ କଥାବାର୍ତ୍ତା କରୁଥିବାର ନଜର ଆସିଲେ :
ସ୍ୱାପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ନିଜ ପରିବାର ସଦସ୍ୟଙ୍କୁ ଆପଣଙ୍କ ସ୍ୱପ୍ନରେ କଥାବାର୍ତ୍ତା କରୁଥିବାର ଦେଖୁଛନ୍ତି, ତେବେ ଏହା ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । କୁହାଯାଏ ଯେ ଏହାର ଅର୍ଥ ହେଉଛି ଆପଣ ଶୀଘ୍ର କିଛି ଭଲ ଖବର ପାଇପାରନ୍ତି । ସେହି ସମୟରେ ଯଦି ଆପଣଙ୍କର କୌଣସି ବିଚାରାଧୀନ କାର୍ଯ୍ୟ ଅଛି, ତାହେଲେ ଏହା ମଧ୍ୟ ଶୀଘ୍ର ସମାପ୍ତ ହୋଇଯିବ । ଏହା ସହିତ ଆପଣ ସେହି କାର୍ଯ୍ୟରେ ସଫଳତା ପାଇବେ ।

କିଛି ଖାଇବାକୁ ମାଗୁଥିବାର ନଜର ଆସିଲେ :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ମୃତ ସମ୍ପର୍କୀୟମାନେ ଆପଣଙ୍କୁ ସ୍ୱପ୍ନରେ କିଛି ଖାଇବାକୁ ମାଗୁଥିବାର ଦେଖୁଛନ୍ତି, ତେବେ ଏହାର ଅର୍ଥ ହେଉଛି ସେମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ନାହାଁନ୍ତି । ସେଥିପାଇଁ ଆପଣ ଅମାବାସ୍ୟା ଦିନ ବ୍ରାହ୍ମଣମାନଙ୍କୁ ଭୋଜନ କରାଇବା ଉଚିତ । ଯାହାଫଳରେ ଆପଣଙ୍କ ମୃତ ସମ୍ପର୍କୀୟ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ ।

ସ୍ୱପ୍ନରେ ଯଦି ମୃତ ସମ୍ପର୍କୀୟ ପରାମର୍ଶ ଦେଉଛନ୍ତି :
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ମୃତ ସମ୍ପର୍କୀୟମାନେ ଆପଣଙ୍କୁ ସ୍ୱପ୍ନରେ କୌଣସି ପରାମର୍ଶ ଦେଉଥିବାର ଦେଖୁଛନ୍ତି, ତେବେ ଏହା ଶୁଭ ହୋଇଥାଏ, ନିଶ୍ଚିତ ଭାବରେ ସେମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.