ଜ୍ଞାନବ୍ୟାପୀ ମାମଲା: ବନ୍ଦ ଲଫାଫାରେ କୋର୍ଟଙ୍କୁ ସର୍ଭେ ରିପୋର୍ଟ ଦାଖଲ କଲା ASI

ବାରାଣସୀର ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିଛି ଏଏସ୍‌ଆଇ। ରିପୋର୍ଟକୁ ଧଳା ରଙ୍ଗର ସିଲ୍‌ବନ୍ଦ ଲଫାଫାରେ ଦାଖଲ କରାଯାଇଛି। ଏଏସ୍‌ଆଇର ଅତିରିକ୍ତ ନିର୍ଦ୍ଦେଶକ ଜିଲ୍ଲା ଜଜ୍‌ ଏକେ ବିଶ୍ୱେସଙ୍କ ନିକଟରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି।

ବାରାଣସୀର ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିଛି ଏଏସ୍‌ଆଇ। ରିପୋର୍ଟକୁ ଧଳା ରଙ୍ଗର ସିଲ୍‌ବନ୍ଦ ଲଫାଫାରେ ଦାଖଲ କରାଯାଇଛି। ଏଏସ୍‌ଆଇର ଅତିରିକ୍ତ ନିର୍ଦ୍ଦେଶକ ଜିଲ୍ଲା ଜଜ୍‌ ଏକେ ବିଶ୍ୱେସଙ୍କ ନିକଟରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥି ପୂର୍ବରୁ ମୁସଲମାନ ପକ୍ଷ କୋର୍ଟରେ ପିଟିସନ ଦେଇ ଦାବି କରିଥିଲା ଯେ ରିପୋର୍ଟକୁ ସିଲ୍‌ବନ୍ଦ ଲଫାଫାରେ ଉପସ୍ଥାପନ କରାଯାଉ। ୧୫୦୦ରୁ ଅଧିକ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ୨୫୦ରୁ ଅଧିକ ପ୍ରମାଣ ଉପସ୍ଥାପିତ ହୋଇଛି।

ତେବେ ଶୁଣାଣି ବେଳେ ହିନ୍ଦୁ ପକ୍ଷର ଓକିଲ ରିପୋର୍ଟକୁ ସାର୍ବଜନୀନ କରିବାକୁ କହିଥିଲେ। କିନ୍ତୁ ଏହାକୁ ବିରୋଧ କରୁଛନ୍ତି ମୁସଲମାନ ପକ୍ଷ। ସର୍ବସାଧାରଣ ଡୋମେନ୍‌ରେ ଏହାକୁ ଅଣା ନ ଯାଉ ବୋଲି ମୁସଲମାନ ପକ୍ଷ କହୁଛନ୍ତି। ସୂଚନା ମୁତାବକ, ଆସନ୍ତା ୨୧ ତାରିଖରେ ଆବେଦନକାରୀମାନଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶର ନକଲ ସହିତ ଏଏସ୍‌ଆଇ ରିପୋର୍ଟର ନକଲ ମଧ୍ୟ ପ୍ରଦାନ କରାଯିବ।

ଗତ ନଭେମ୍ବର ୩୦ରେ ଜ୍ଞାନବ୍ୟାପୀ ମସ୍‌ଜିଦର ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସ୍‌ଆଇ ୩ ସପ୍ତାହ ସମୟ ମାଗିଥିଲା। କିନ୍ତୁ ଜିଲ୍ଲା ଜଜ୍‌ ୧୦ ଦିନର ସମୟ ଦେଇଥିଲେ। ପରେ ଏଏସ୍‌ଆଇ ପୁଣିଥରେ ସମୟ ମାଗିଥିଲା। ଶେଷରେ ବର୍ତ୍ତମାନ ଏଏସ୍‌ଆଇ କୋର୍ଟରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.