ସରିଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା

ଶେଷହେଲା ଗଞ୍ଜାମର ପାରମ୍ପରିକ ଚୈତ୍ର ପର୍ବ ଦଣ୍ଡଯାତ୍ରା । ୧୩ ଦିନ ରୁ ଆରମ୍ଭ କରି ୨୧ ଦିନ ପର୍ଯ୍ଯନ୍ତ ଆୟୋଜିତ ଦଣ୍ଡଯାତ୍ରା , ଉଭୟ ମା'ସନ୍ତ ଓ ସଂକ୍ରାନ୍ତି ତିଥିରେ ଉଦଯାପିତ ହୋଇଯାଇଛି । ପ୍ରତି ଥର ଆୟୋଜିତ ଦଣ୍ଡଯାତ୍ରା ର ବିଧିବିଧାନ ସହ ଉଦଯାପନୀ ଯାତ୍ରା ତଥା ମେରୁଯାତ୍ରା କୁ ଭକ୍ତି ସହକାରେ ପାଳିଥାଆନ୍ତି ଉଭୟ ଦଣ୍ଡଭୋକ୍ତା ଓ ଶ୍ରଦ୍ଧାଳୁ ।

ଶେଷହେଲା ଗଞ୍ଜାମର ପାରମ୍ପରିକ ଚୈତ୍ର ପର୍ବ ଦଣ୍ଡଯାତ୍ରା । ୧୩ ଦିନ ରୁ ଆରମ୍ଭ କରି ୨୧ ଦିନ ପର୍ଯ୍ଯନ୍ତ ଆୟୋଜିତ ଦଣ୍ଡଯାତ୍ରା , ଉଭୟ ମା’ସନ୍ତ ଓ ସଂକ୍ରାନ୍ତି ତିଥିରେ ଉଦଯାପିତ ହୋଇଯାଇଛି । ପ୍ରତି ଥର ଆୟୋଜିତ ଦଣ୍ଡଯାତ୍ରା ର ବିଧିବିଧାନ ସହ ଉଦଯାପନୀ ଯାତ୍ରା ତଥା ମେରୁଯାତ୍ରା କୁ ଭକ୍ତି ସହକାରେ ପାଳିଥାଆନ୍ତି ଉଭୟ ଦଣ୍ଡଭୋକ୍ତା ଓ ଶ୍ରଦ୍ଧାଳୁ ।

ବେଲ କାଠର ଦୋଳିରେ ଝୁଲିଲେ ମା’ । ହଜାର ହଜାର ଦଣ୍ଡୁଆ ଓ ଶ୍ରଦ୍ଧାଳୁ ଙ୍କ ଗହଣରେ ଗଂଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡପର୍ବର ଅନ୍ତିମପର୍ବ ମେରୁଯାତ୍ରା । ଶିବ ଏବଂ ଶାକ୍ତ ଉପାସନାର ପ୍ରତୀକ କୁହାଯାଉଥିବା ଗଂଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡଯାତ୍ରା କୁ ନେଇ ଜିଲାର ବିଭିନ୍ନ ସ୍ଥାନ ଚଳଚଞ୍ଚଳ ହୋଇ ଉଠିଥିଲା । ଢୋଲ-ମହୁରୀ ଏବଂ ଘଣ୍ଟ-ଘଣ୍ଟା ବାଜଣା ସାଙ୍ଗକୁ କଳା ରୁଦ୍ରମଣି ଙ୍କୁ ଭଜ ହେ ଧ୍ଵନି ରେ ପ୍ରକମ୍ପିତ ହୋଇଉଠୁଥିଲା ଗାଁ ଠୁ ସହର ।

ଦଣ୍ଡଯାତ୍ରା ର ନିୟମ ଅନୁସାରେ ୧୩ ଦିନର ଯାତ୍ରା , ୧୩ ଭୋକ୍ତା ଓ ୧୬ ଦଣ୍ଡ ପାଳନ କରି ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ଯିଏ ମାନସିକ କରି ଦଣ୍ଡରେ ସାମିଲ ହୁଏ , ତାଙ୍କୁ ଦଣ୍ଡଭୋକ୍ତା କୁହାଯାଏ । ଗୈରୀକ ବସ୍ତ୍ର ପରିଧାନ କରି , ହାତରେ ମୟୁରପୁଚ୍ଛ ମୁଠା ଓ ମାନସିକ ପତାକା ଧରି ୧୩ ଦିନ ପାଇଁ ଘରୁ ବାହାରି ଆସିଥାନ୍ତି । ଖାଲି ପାଦରେ ଚାଲିଚାଲି ଗୋଟିଏ ଗାଁ ରୁ ଆଉ ଗୋଟିଏ ଗାଁ କୁ ଯାଇଥାନ୍ତି ଆୟୋଜକ ଭକ୍ତଙ୍କ ଦୁଆରକୁ । ଧୂଳିଦଣ୍ଡ , ଜଳଦଣ୍ଡ , ଅଗ୍ନିଦଣ୍ଡ ଭଳି ୧୬ଦଣ୍ଡ ପାଳନ କରି , ନିଶାର୍ଦ୍ଧରେ ଥରେ ମାତ୍ର ଶାକାହାରୀ ପ୍ରସାଦ ସେବନ କରିଥାନ୍ତି ଦଣ୍ଡଭୋକ୍ତା ।

ଦଣ୍ଡଭୋକ୍ତାଙ୍କ ଭଳି ମାନସିକଧାରୀ ଶ୍ରଦ୍ଧାଳୁ ମାନେ ମଧ୍ୟ ଦଣ୍ଡକାଳୀଙ୍କ ଉପରେ ପ୍ରଗାଢ ବିଶ୍ୱାସ ରଖିଥାନ୍ତି । ବିଶ୍ଵାସ ରହିଛି, ଭକ୍ତିର ସହ ମା’ଦଣ୍ଡକାଳୀ ଙ୍କୁ ପୂଜା କଲେ ମାନସିକ ପୂରଣ ହେବା ସହ ଅସମ୍ପୂର୍ଣ୍ଣ କାର୍ଯ୍ଯ ସମ୍ପୂର୍ଣ୍ଣ ଓ ସମ୍ଭବ ହୋଇଥାଏ । ଏହାହିଁ ହେଉଛି ଗଂଜାମ ଦଣ୍ଡପର୍ବର ବିଶେଷତ୍ବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି , ଦଣ୍ଡପର୍ବ ର ମେରୁଯାତ୍ରା । ମେରୁଘରେ ବେଲକାଠ ରେ ତିଆରି ଦୋଳି ରେ ପାଟଭୋକ୍ତା ଙ୍କୁ ଓଲଟା ଝୁଲାଇ ତଳେ ଥିବା ଅଗ୍ନିକୁଣ୍ତ ରେ ଝୁଣା ପକାଯାଏ । ପାଟଭୋକ୍ତା ଙ୍କ ନାକରୁ ତିନିବୁନ୍ଦା ରକ୍ତ ପଡିବା ପରେ ଦଣ୍ଡଯାତ୍ରା ସମାପ୍ତ ହୋଇଥାଏ । ବେଲଖୁଣ୍ଟି ରେ ବନ୍ଧାଯାଇଥିବା ଆମ୍ବ ଓ ଖଜୁରୀ କୋଳି କୁ ଭକ୍ତଙ୍କ ଭିତରେ ବାଣ୍ଟି ଦିଆଯାଏ । ସେହି ଫଳ ହିଁ ଭକ୍ତଙ୍କ ମାନସିକ ପୂରଣ କରିଥାଏ ବୋଲି ବିଶ୍ୱାସ ରଖି , ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେରୁଯାତ୍ରା ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳେ ।

ପୁଣି ଅପେକ୍ଷା ଆସନ୍ତା ଚୈତ୍ର ମାସକୁ । ଭକ୍ତ ଏବଂ ଭୋକ୍ତା ଙ୍କ ଗହଳି-ଚହଳି ଭିତରେ , ମା’ ଙ୍କୁ ଅଶ୍ରୃଳ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ଅଧା ମାସରୁ ଉର୍ଦ୍ଧ୍ଵ ସମୟଧରି ଜିଲ୍ଲାରେ ପାଳିତ ହୋଇଥିବା ଏହି ପର୍ବ ଭକ୍ତି ଓ ଶକ୍ତି ଉପାସନାର ନିଆରା ଉଦାହରଣ ହୋଇଥିବା ବେଳେ ଭାଇଚାରା ଏବଂ କଳା-ସସ୍କୃତି ର ସମନ୍ଵୟ ସୃଷ୍ଟି କରିଥିଲା ଏହି ଦଣ୍ଡଯାତ୍ରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.