Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ନୃସିଂହନାଥ ଏବଂ ଭଟଲି ଦଧିବାମନ ମହାପ୍ରଭୁଙ୍କୁ ଦିଆଗଲା ନିମନ୍ତ୍ରଣ ପତ୍ର

ମୃଦଙ୍ଗ କରତାଳରେ କମ୍ପି ଉଠୁଛି ସମଗ୍ର ପରିବେଶ । ଚାରିଆଡ଼େ ଲାଗିଛି ଭକ୍ତଙ୍କ ଭିଡ଼ । ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ନୃସିଂହନାଥ ମହାପ୍ରଭୁ ଏବଂ ଭଟଲିସ୍ଥିତ ଦଧିବାମନ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ଶ୍ରୀକ୍ଷେତ୍ର ପୁରୀ ଧାମର ସେବାୟତ ।

ଆଉ ଦିନ କେଇଟା ବାକି ରହିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନରେ ସାମିଲ ହେବା ପାଇଁ ବିଭିନ୍ନ ଦେବାଦେବୀଙ୍କୁ ଆମନ୍ତ୍ରଣ କରୁଛନ୍ତି ସେବାୟତ l

ମୃଦଙ୍ଗ କରତାଳରେ କମ୍ପି ଉଠୁଛି ସମଗ୍ର ପରିବେଶ । ଚାରିଆଡ଼େ ଲାଗିଛି ଭକ୍ତଙ୍କ ଭିଡ଼ । ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ନୃସିଂହନାଥ ମହାପ୍ରଭୁ ଏବଂ ଭଟଲିସ୍ଥିତ ଦଧିବାମନ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ଶ୍ରୀକ୍ଷେତ୍ର ପୁରୀ ଧାମର ସେବାୟତ । ପୁରୀ ଠାରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଜଗନ୍ନାଥ ମହାପ୍ରଭୁଙ୍କ ସେବାୟତ ବରଗଡ଼ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାରେ ବିପୁଳ ସ୍ୱାଗତ କରାଯାଇଛି ।

ଗତକାଲି ନୃସିଂହନାଥ ମନ୍ଦିରରେ ନିମନ୍ତ୍ରଣ ଦେବା ପରେ ଆଜି ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲିର ଦଧିବାମନ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି ସେବାୟତ । ମନ୍ଦିର ପରିସରରେ ଭଜନ , ସଙ୍କୀର୍ତ୍ତନ , ବାଜାରେ ଦୁଲୁକିଥିଲା ମନ୍ଦିର ପରିବେଶ । ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଜଣିଆ ସେବାୟତ ଙ୍କୁ ସ୍ବାଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.