ଇସ୍ତଫା ଦେଲେ ଲଲନ୍‌ ସିଂ, ନୀତୀଶ କୁମାର ହେଲେ ଜେଡିୟୁର ନୂଆ ଅଧ୍ୟକ୍ଷ

ଜନତା ଦଳ ୟୁନାଇଟେଡ୍‌ (JDU) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଲଲନ ସିଂ। ଲଲନ ସିଂଙ୍କ ଇସ୍ତଫାକୁ ଦଳ ମଞ୍ଜୁରୀ ପ୍ରଦାନ କରିଛି। ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ମୁଖ୍ୟ ପଦ ପାଇଁ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ।

ଦଳର ବରିଷ୍ଠ ନେତା ସି ତ୍ୟାଗୀ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ରୂପେ ବଛାଯାଇଛି। ବିଗତ ଅନେକ ଦିନରୁ ଜେଡିୟୁରେ ସାଙ୍ଗଠନିକ ପରିବର୍ତ୍ତନକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଅବଶ୍ୟ, ବୈଠକ ପୂର୍ବରୁ ଲଲନ ସିଂ ନିଜର ଇସ୍ତଫା ଖବରକୁ ଗୁଜବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲଲନ ସିଂ ଆଜି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବା ପାଇଁ ଏକସାଥୀରେ ପହଞ୍ଚିଥିଲେ। ଯେମିତି ନୀତୀଶ କୁମାର ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ, କାର୍ଯ୍ୟକର୍ତ୍ତାମାନେ ନୀତୀଶ କୁମାର ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ।

ବୈଠକରେ ଲଲନ ସିଂ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ କହିଥିଲେ କି, ନିର୍ବାଚନରେ ନିଜର ସକ୍ରିୟତାକୁ ଦେଖି ଅଧ୍ୟକ୍ଷ ପଦରୁ ମୁଁ ଇସ୍ତଫା ଦେଉଛି ଏବଂ ନୀତୀଶ କୁମାରଙ୍କ ନାମ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ରଖୁଛି। ଏହାପରେ ନୀତୀଶ କୁମାରଙ୍କ ନାମ ଉପରେ ଯଥାଶୀଘ୍ର ସହମତି ପ୍ରକାଶ ପାଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.