ଯାଜପୁର ସାଥୁଆପାଟଣା ଗ୍ରାମର ସ୍ୱପ୍ନେଶ୍ଵର ମହାଦେବଙ୍କ ଜାଗର ମହୋତ୍ସବ

ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲ୍ଲା ଜେନାପୁର ନିକଟ ସାଥୁଆପାଟଣା ଗ୍ରାମରେ ୩ଦିନ ଧରି ଚାଲିଥିଲା ଜାଗର ମହୋତ୍ସବ । ୧୭୬ତମ ଏହି ଜାଗର ମହୋତ୍ସବ ଉଦଯାପିତ ହୋଇଯାଇଛି ।

ଯାଜପୁର(କେନ୍ୟୁଜ): ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲ୍ଲା ଜେନାପୁର ନିକଟ ସାଥୁଆପାଟଣା ଗ୍ରାମରେ ୩ଦିନ ଧରି ଚାଲିଥିଲା ଜାଗର ମହୋତ୍ସବ । ୧୭୬ତମ ଏହି ଜାଗର ମହୋତ୍ସବ ଉଦଯାପିତ ହୋଇଯାଇଛି । ଗାଁର ସ୍ୱପ୍ନେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମହୋତ୍ସବ ୩ଦିନ ଧରି ଚାଲିଥିଲା । ଏହି ଅବସରରେ ଏକ ଯଜ୍ଞ ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରଥମ ଦିବସରେ ଗ୍ରାମର ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ସୂର୍ଯ୍ୟ ପୂଜା, ଗୋ ପୂଜା, ଯଜ୍ଞା ରମ୍ଭ ଆଦି ଯଥାବିଧି ଅନୁଷ୍ଠିତ ହୋଇଥିଲା ।

ଏପଟେ ଏହି ମହୋତ୍ସବର ଦ୍ଵିତୀୟ ଦିବସରେ ଯଜ୍ଞ କାର୍ଯ୍ୟ ଯଥାବିଧି ସମାପନ ସହ ରାତିରେ ମହାଦୀପ ଉଠିଥିଲା । ଗତକାଲି ରାତିରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବା ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବ୍ୟାସନଗର ମହାବିଦ୍ୟାଳୟର ଅଵସରପ୍ରାପ୍ତ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପ୍ରଧାନ, କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ନିହାର ରଞ୍ଜନ କର, ଡା. ପ୍ରଶାନ୍ତ କୁମାର ଦାସ, ସାମ୍ବାଦିକ ଅବିନେଶ୍ୱର ଶତପଥୀ, ସମାଜସେବୀ ମନୋଜ କୁମାର ଧୀର ପ୍ରମୁଖ ଯୋଗଦେଇ ଏହି ମହୋତ୍ସବ ସମ୍ପୃକ୍ତ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା କହିବା ସହ ଆୟୋଜକଙ୍କୁ ପ୍ରଶଂସା କରିଥିଲେ ।

ଏପଟେ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.