Below header

ଜୟ ଜଗନ୍ନାଥ ଅର୍ପଣ ରଥ: ପ୍ରତେକ ଗ୍ରାମକୁ ଯିବ, ଘରୁ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରିବ

ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ସାରା ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ସାରା ଓଡ଼ିଶାରେ ଏବେ ଭକ୍ତି ପରିବେଶ । ସମସ୍ତ ଓଡିଶାବାସୀ ଉତ୍କଣ୍ଠା ସହ ଚାହିଁ ବସିଛନ୍ତି ଲୋକାର୍ପଣ ଉତ୍ସବକୁ । ଏହାକୁ ଦୃଷ୍ଟିରେ ରଖି ଓଡିଶାବାସୀ ଙ୍କୁ ଅଧିକ ସଚେତନା ଓ ଭକ୍ତିଭାବ ସୃଷ୍ଟି କରିବା ପାଇଁ ସରକାରଙ୍କ ତରଫରୁ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ ।

ଉମରକୋଟ(କେନ୍ୟୁଜ): ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ସାରା ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବିଶେଷ କରି ସାରା ଓଡ଼ିଶାରେ ଏବେ ଭକ୍ତି ପରିବେଶ । ସମସ୍ତ ଓଡିଶାବାସୀ ଉତ୍କଣ୍ଠା ସହ ଚାହିଁ ବସିଛନ୍ତି ଲୋକାର୍ପଣ ଉତ୍ସବକୁ । ଏହାକୁ ଦୃଷ୍ଟିରେ ରଖି ଓଡିଶାବାସୀ ଙ୍କୁ ଅଧିକ ସଚେତନା ଓ ଭକ୍ତିଭାବ ସୃଷ୍ଟି କରିବା ପାଇଁ ସରକାରଙ୍କ ତରଫରୁ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ ।

ଏହି ପରିପେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପକ୍ଷରୁ ଚାରୋଟି ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ବୁଲିବ । ଆଜି ଉମରକୋଟ ସ୍ଥିତ ଦାଢ଼ି ଗୁଡା ଛକ ଠାରୁ ଚାରୋଟି ପଞ୍ଚାୟତ ପାଇଁ ଚାରୋଟି ରଥ ବାହାରିଛି ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଓ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ପଞ୍ଚାୟତ ର ପ୍ରତ୍ୟକ ଗ୍ରାମକୁ ଯିବ ଓ ପ୍ରତ୍ୟକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରି ଶ୍ରୀଜଗନ୍ନାଥ ଙ୍କ ମନ୍ଦିରକୁ ନିଆଯିବ । ଏହି ସମୟରେ ଗ୍ରାମ ଗୁଡିକରେ ଭକ୍ତିମୟ ପରିବେଶ ସହ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ।

ଏପଟେ ଜୟ ଜଗନ୍ନାଥ ଅର୍ପଣ ରଥ ଉମରକୋଟ ବ୍ଲକ ପରିଭ୍ରମଣ କରୁଥିବା ସମୟରେ ବଡ଼ ଭରଣ୍ଡି ପଞ୍ଚାୟତ ଦେଇ ଯାଉଥିବା ସମୟରେ ସାଂସଦ ରମେଶ ମାଝିଙ୍କ ବାସ ଭବନ ଦେଇ ଯାଇଥିଲା । ଏହି ସମୟରେ ସାଂସଦ ଓ ଝରିଗାଁ ବିଧାୟକ ଚାଉଳ ଓ ଗୁଆ ଅର୍ପଣ କରିଛନ୍ତି । ଉମରକୋଟ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଛନ୍ତି । ତେବେ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବକୁ ସମସ୍ତ ଓଡିଶାବାସୀ ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.