ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭର ଏବଂ ୨ ଝିଅ ବିମାନ ଦୁର୍ଘଟଣାରେ ମୃତ

ହଲିଉଡ ଅଭିନେତା କ୍ରିଷ୍ଟିଆନ୍‌ ଓଲିଭର ଏବଂ ତାଙ୍କ ପରିବାର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ବିମାନଟି ଦୁର୍ଘଟଣା ହୋଇ ସମୁଦ୍ରରେ ଖସିପଡିବା ପରେ ତୁରନ୍ତ ମାଛ ଧରାଳୀ, ଡାଇଭର ଏବଂ ତଟରକ୍ଷୀ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୪ଟି ମୃତଦେହକୁ ଉଦ୍ଧାର କରିଥିଲା ।

ହଲିଉଡ ଅଭିନେତା କ୍ରିଷ୍ଟିଆନ୍‌ ଓଲିଭର ଏବଂ ତାଙ୍କ ପରିବାର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଏକ ଛୋଟ ବିମାନରେ ଉଡାଣ ଭରିବାର ତୁରନ୍ତ ପରେ କ୍ୟାରବିୟାନ ସାଗରରେ ତାଙ୍କ ବିମାନ ଦୁର୍ଘଟଣା ହୋଇଥିଲା ।
ରୟାଲ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ପୋଲିସ ଅନୁସାରେ, କ୍ରିଷ୍ଟିଆନ ଗୁରୁବାର ଏକ ଘରୋଇ ବିମାନରେ ଯାତ୍ରା କରୁଥିଲେ । ତାଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ଥିଲେ । ଏହି ସମୟରେ କାରିବିଆନ ସମୁଦ୍ରରେ ବିମାନ ଦୁର୍ଘଟଣା ହୋଇଥିଲା ।

ବିମାନଟି ଦୁର୍ଘଟଣା ହୋଇ ସମୁଦ୍ରରେ ଖସିପଡିବା ପରେ ତୁରନ୍ତ ମାଛ ଧରାଳୀ, ଡାଇଭର ଏବଂ ତଟରକ୍ଷୀ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୪ଟି ମୃତଦେହକୁ ଉଦ୍ଧାର କରିଥିଲା । ବିମାନ ଦୁର୍ଘଟଣାରେ ୫୧ବର୍ଷୀୟ ଓଲିଭର, ତାଙ୍କର ଦୁଇଝିଅ (୧୦), (୧୨) ଏବଂ ପାଇଲଟ ରବର୍ଟ ସ୍ୟାକ୍ସଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ହୋଇଥିବା ବିମାନଟି ଗୁରୁବାର ମଧ୍ୟାହ୍ନ ପରେ ଗ୍ରେନାଡାଇନ୍ସର ଏକ ଛୋଟ ଦ୍ୱୀପ ବେକିଆରୁ ସେଣ୍ଟ ଲୁସିଆ ଅଭିମୁଖେ ଯାତ୍ରା କରୁଥିଲା । କ୍ରିଷ୍ଟିଆନଙ୍କ ପରିବାର ନୂଆ ବର୍ଷ ଛୁଟିରେ ଥିବା କୁହାଯାଉଛି । କାରଣ କ୍ରିଷ୍ଟିଆନ ନିକଟରେ ଇନଷ୍ଟାଗ୍ରାମରେ ଏକ ଟ୍ରପିକାଲ୍ ବେଳାଭୂମିର ଫଟୋ ପୋଷ୍ଟ କରି ନୂଆ ବର୍ଷ ଶୁଭେଚ୍ଛା ଜଣାଇଥିଲେ ।

ସେ କ୍ୟାପସନରେ ଲେଖିଥିଲେ, ପେରାଡାଇସରୁ ଶୁଭକାମନା ! ସମସ୍ତଙ୍କୁ ଭଲପାଇବା ୨୦୨୪ । ଆମେ ଖୁବଶୀଘ୍ର ଆସୁଛୁ ।

ତେବେ କ୍ରିଷ୍ଟିଆନ ୬୦ରୁ ଅଧିକ ଫିଲ୍ମ ଏବଂ ଟିଭି ଶୋ କରିସାରିଛନ୍ତି । କ୍ରିଷ୍ଟିଆନ ତାଙ୍କ କ୍ୟାରିଅର ସେଭଡ ବାଏ ଦ ବେଲ୍‌ : ନ୍ୟୁ କ୍ଲାସ ଏବଂ ଫିଲ୍ମ ଦ ବେବି-ସିଟର କ୍ଲବରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.