କେପଟାଉନ ଟେଷ୍ଟ କଲା କମାଲ, ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକା ଶୀର୍ଷରେ ଭାରତ

ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକା ଶୀର୍ଷରେ ଭାରତ । କେପଟାଉନରେ ଟେଷ୍ଟ ଜିତିବା ପରେ ଭାରତକୁ ୧୨ ପଏଣ୍ଟ ମିଳିଥିଲା । ଫଳରେ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ଭାରତ ୧ ନଂ ସ୍ଥାନରେ ରହିଛି ।

କେପଟାଉନ ଟେଷ୍ଟ ଭାରତ ୭ ଓ୍ଵିକେଟରେ ଜିତିବା ପରେ ଭାରତୀୟ ଟିମ୍‌ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକା ଶୀର୍ଷରେ ପହଞ୍ଚିଛି । ଟିମ୍‌ ଏବେ ୬ଷ୍ଠ ସ୍ଥାନରୁ ପ୍ରଥମ ସ୍ଥାନରେ ପହଞ୍ଚିଛି । ଏହି ଚାମ୍ପିଅନସିପ୍‌ ୨୦୨୩ରୁ ଆରମ୍ଭ ହୋଇ ୨୦୨୫ରେ ଫାଇନାଲ ଖେଳାଯିବ ।

କେପଟାଉନରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍‌ ସିରିଜ ୧-୧ରେ ରହିଥିଲା । ପ୍ରଥମ ଥର ପାଇଁ କେପଟାଉନରେ ଟେଷ୍ଟ ଜିତି ଟେଷ୍ଟ କ୍ରିକେଟରେ ଇତିହାସ ରଚିଥିଲା । କେପଟାଉନରେ ପୂର୍ବରୁ ଭାରତ ଖେଳିଥିବା ୬ଟି ଟେଷ୍ଟ ମ୍ୟାଚରେ ୪ଟି ପରାଜୟ ହୋଇଥିବା ବେଳେ ୨ଟି ଡ୍ର ରହିଥିଲା । କେପଟାଉନରେ ଟେଷ୍ଟ ଜିତିବା ପରେ ଭାରତକୁ ୧୨ ପଏଣ୍ଟ ମିଳିଥିଲା । ଫଳରେ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ଭାରତ ୧ ନଂ ସ୍ଥାନରେ ରହିଛି ।

ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ମ୍ୟାଚରେ ହାରିବା ପରେ ଭାରତ ୫ମ ସ୍ଥାନକୁ ଖସିପଡିଥିଲା । କିନ୍ତୁ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ପଏଣ୍ଟ ତାଲିକା ଶୀର୍ଷରେ ରହିଛି । ସାଉଥ ଆଫ୍ରିକା ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ ଏବଂ ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.