Below header

ଧୋନିଙ୍କୁ ମିଳୁ ଶୀଘ୍ର ନ୍ୟାୟ, ଦାବି କରୁଛନ୍ତି ପ୍ରଶଂସକ

ଦିନକୁ ଦିନ ବଢିବାରେ ଲାଗିଛି କ୍ରାଇମ୍ । ପ୍ରତିଦିନ ସାଧାରଣ ଜନତା ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ମଧ୍ୟ ଠକେଇର ଶିକାର ହେଉଥିବା ମାମଲା ସାମ୍ନାକୁ ଆସୁଛି। ଏବେ ପୁଣି ଏମିତି ଠକାମୀର ଶିକାର ହୋଇଛନ୍ତି ଜଣେ ନାମୀଦାମୀ କ୍ରିକେଟର । ଯାହାଙ୍କୁ ଠକିଛନ୍ତି ତାଙ୍କର ବହୁତ ଘନିଷ୍ଠ ବନ୍ଧୁ ।

ଦିନକୁ ଦିନ ବଢିବାରେ ଲାଗିଛି କ୍ରାଇମ୍ । ପ୍ରତିଦିନ ସାଧାରଣ ଜନତା ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ମଧ୍ୟ ଠକେଇର ଶିକାର ହେଉଥିବା ମାମଲା ସାମ୍ନାକୁ ଆସୁଛି। ଏବେ ପୁଣି ଏମିତି ଠକାମୀର ଶିକାର ହୋଇଛନ୍ତି ଜଣେ ନାମୀଦାମୀ କ୍ରିକେଟର । ଯାହାଙ୍କୁ ଠକିଛନ୍ତି ତାଙ୍କର ବହୁତ ଘନିଷ୍ଠ ବନ୍ଧୁ । ହଁ ଆଜ୍ଞା ବନ୍ଧୁ ଠକିଛି ବନ୍ଧୁକୁ । ଏହି ମହାଠକେଇର ଶିକାର ଆଉ କିଏ ନୁହେଁ ବରଂ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ହୋଇଛନ୍ତି। ଦୁଇ ପୂର୍ବତନ ବିଜନେସ୍‌ ପାର୍ଟନର ତାଙ୍କୁ ୧୫ କୋଟିର ଚୁନା ଲଗାଇଥିବା ଧୋନି ଅଭିଯୋଗ ଆଣିଛନ୍ତି। ଏନେଇ ସେ ରାଞ୍ଚି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅର୍କା ସ୍ପୋର୍ଟସ୍‌ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ୍‌ର ମିହିର ଦିବାକର ଓ ସୌମ୍ୟ ବିଶ୍ୱାସଙ୍କ ବିରୋଧରେ ସେ ଅପରାଧିକ ମାମଲା ଦାୟର କରିଛନ୍ତି।

ସବୁ ସମୟରେ ଏକାଠି ବିଜନେସ୍‌ ପ୍ଳାନ୍ କରୁଥିଲେ ତିନି ଜଣେ ହେଲେ କିଏ ଜାଣିଥିଲା ଏମିତି ଠକିଦେବେ ବୋଲି ।  ଯାହା ସୂଚନା ମିଳିଛି ମିହିର ଦିବାକର ହେଉଛନ୍ତି, ଧୋନିଙ୍କ ଘନିଷ୍ଠ ବନ୍ଧୁ। ସେ ତାଙ୍କ ବିଜନେସ୍‌ ପାର୍ଟନର ମଧ୍ୟ ଥିଲେ। ଧୋନିଙ୍କ ସହ ମିହିର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅଭିଯୋଗ ମୁତାବକ, ମିହିର ଦିବାକର ସାରା ବିଶ୍ୱରେ କ୍ରିକେଟ୍‌ ଏକାଡେମୀ ଖୋଲିବା ପାଇଁ ୨୦୧୭ରେ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ହେଲେ ଏହି ଚୁକ୍ତିନାମାରେ ଉଲ୍ଲେଖିତ ସର୍ତ୍ତାବଳୀଗୁଡ଼ିକୁ ଦିବାକର ପାଳନ କରି ନ ଥିଲେ। ଚୁକ୍ତିନାମାରେ ଥିବା ସର୍ତ୍ତଗୁଡ଼ିକରୁ ପରବର୍ତ୍ତୀ ଅବସ୍ଥାରେ ଦିବାକର ଓହରି ଯାଇଥିଲେ। ଚୁକ୍ତି ଅନୁସାରେ ଆରକା ସ୍ପୋର୍ଟସ ପ୍ରାଞ୍ଚାଇଜ ଫି’ ଓ ଲାଭର ଭାଗ ଦେବାକୁ ସ୍ଥିର ହୋଇଥିଲା।

ହେଲେ ଚୁକ୍ତିନାମାର ସର୍ତ୍ତ ଅନୁସାରେ, ଅର୍କା ସ୍ପୋର୍ଟସ୍‌କୁ ପ୍ରାଞ୍ଚାଇଜିର ଫି ଭରିବା ଏବଂ ଲାଭ ସେୟାର କରିନଥିଲେ। ବାରମ୍ବାର ମନେ ପକାଇବା ସତ୍ତ୍ୱେ ଏଗୁଡ଼ିକୁ ଅଣଦେଖା କରାଯାଇଥିଲା, ଯେଉଁ କାରଣରୁ ଧୋନି ୨୦୨୧ ଅଗଷ୍ଟ ୧୫ରେ ସଂସ୍ଥାକୁ ଦିଆଯାଇଥିବା ଅଧିକାର ପତ୍ରକୁ ରଦ୍ଦ କରି ଦେଇଥିଲେ। ତଥାପି ସଂସ୍ଥା ପକ୍ଷରୁ ଧୋନିଙ୍କ ନାଁରେ ଏକାଡେମୀ ଓ ସ୍ପୋର୍ଟସ କମ୍ପ୍ଲେକ୍ସମାନ ତିଆରି କରାଯାଇଥିଲା । ଏ ସମ୍ପର୍କରେ ଧୋନିଙ୍କୁ କୌଣସି ପ୍ରକାରର ଟଙ୍କା କିମ୍ବା ସୂଚନା ଦିଆଯାଇ ନଥିଲା।

ଏପରି କି, ଧୋନି ଅନେକ ଆଇନଗତ ନୋଟିସ୍‌ ମଧ୍ୟ ପଠାଇଥିଲେ, ହେଲେ କିଛି ବି ହୋଇ ନ ଥିଲା । ଧୋନିଙ୍କୁ କମ୍ପାନୀର ମେଣ୍ଟୋର ଭାବେ ଚିତ୍ରଣ କରି ଦିବାକାର ଅନ୍ୟମାନଙ୍କୁ ସଂସ୍ଥା ପ୍ରତି ଆକୃଷ୍ଟ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ତେବେ ଧୋନିଙ୍କ ଓକିଲ ଦୟାନନ୍ଦ ସିଂ ଦାବି କରିଛନ୍ତି ଯେ ଅର୍କା ସ୍ପୋର୍ଟସ୍‌ ତାଙ୍କ ସହିତ ଠକେଇ କରିଛି, ଯେଉଁ କାରଣରୁ ଧୋନିଙ୍କୁ ୧୫ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏପଟେ ମହେନ୍ଦ୍ର ସିଂ ଧୋନିଙ୍କ ଜଣେ ବନ୍ଧୁ ସିମନ୍ତ ଲୋହାନି ମଧ୍ୟ ଦିବାକରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଅର୍କା ସ୍ପୋର୍ଟସ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ତାଙ୍କୁ ବି ଧମକ ଓ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଏସବୁ ଭିତରେ ଧୋନିଙ୍କୁ ଯଥାଶୀଘ୍ର ନ୍ୟାୟ ମିଳୁ ବୋଲି ତାଙ୍କ ପ୍ରଶଂସକ ମାନେ ଦାବି କରିଛନ୍ତି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.