Below header

ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ, ଜାଣନ୍ତୁ ପୂଜା ରୀତିନୀତି

ଶ୍ରୀକ୍ଷେତ୍ର ପୁରୀରେ ପ୍ରସିଦ୍ଧ ଘୋଷଯାତ୍ରା ପରେ ସାକ୍ଷୀଗୋପାଳରେ ଅନୁଷ୍ଠିତ ହୋଇଥାଏ, ଅଁଳାନବମୀରେ ରାଧାରାଣୀଙ୍କ ପାଦ ଦର୍ଶନ । ଏହି ଦିନ ଭକ୍ତମାନେ ରାଧା ପାଦ ଦର୍ଶନ କରି ମା'ଙ୍କ ଆଶୀର୍ବାଦ ନେଇଥାନ୍ତି ।

ଶ୍ରୀକ୍ଷେତ୍ର ପୁରୀରେ ପ୍ରସିଦ୍ଧ ଘୋଷଯାତ୍ରା ପରେ ସାକ୍ଷୀଗୋପାଳରେ ଅନୁଷ୍ଠିତ ହୋଇଥାଏ, ଅଁଳାନବମୀରେ ରାଧାରାଣୀଙ୍କ ପାଦ ଦର୍ଶନ । ଏହି ଦିନ ଭକ୍ତମାନେ ରାଧା ପାଦ ଦର୍ଶନ କରି ମା’ଙ୍କ ଆଶୀର୍ବାଦ ନେଇଥାନ୍ତି । ଏହି ପର୍ବ ପାଇଁ ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ମଙ୍ଗଳବାର ତଥା ଆସନ୍ତା କାଲି ପାହାନ୍ତିରୁ ସମସ୍ତ ନୀତିକାନ୍ତି ଏବଂ ପାଳିଆ ସେବକଙ୍କୁ ଦର୍ଶନ ଦେବା ପରେ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଦର୍ଶନ ପାଇବାର ସୁଯୋଗ ମିଳିବ ।

ଓଡ଼ିଆଣୀ ବେଶ ହେବେ ମା’ ରାଧାରାଣୀ । ରାତି ୩ ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଅବକାଶ ଆଦି କରାଯାଇ ସାକ୍ଷୀଗୋପିନାଥ ଏବଂ ମା’ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜିତ କରାଯିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କୁ ନେଇ ଦ୍ଵିତୀୟ ସମ୍ମନ୍ୱୟ ବୈଠକ କରାଯାଇଥିଲା । ଏ ନେଇ ପ୍ରଶାସନ ପକ୍ଷରୁ ଆଲୋକିକରଣ, ମନ୍ଦିର ଚତୁଃପାର୍ଶ୍ଵ ସଫେଇ ଏବଂ ନୂତନ ରଙ୍ଗ କାର୍ଯ୍ୟ ମଧ୍ୟ କରାଯାଉଛି ।

ଚଳିତ ବର୍ଷ ରାଧାରାଣୀଙ୍କ ଦର୍ଶନ ଖୁବ ଶୃଙ୍ଖଳିତ ଭାବରେ କରାଯିବ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଭରି ରହିଥାଏ ଅନେକ ଉତ୍ସାହ । କାର୍ତ୍ତିକ ମାସରେ ଏହି ଦର୍ଶନ ପାଇଁ ପୁରୀ ଏବଂ ଅନେକ ଅଞ୍ଚଳରୁ ହବିଷ୍ୟାଳିମାନେ ମଧ୍ୟ ଏଠାକୁ ଆସିଥାନ୍ତି । ତେବେ ସମସ୍ତ ଭକ୍ତମାନେ କିଭଳି ଭାବରେ ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ଭକ୍ତଙ୍କ ମନରେ ଉତ୍ସାହ ଲାଗି ରହିଛି ।

ମନ୍ଦିର ପ୍ରଶାସନ ପକ୍ଷରୁ ତିନି ଥାକିଆ ବାରିକେଟୀ ବ୍ୟବସ୍ଥା କରାଯାଇଛି । ଲମ୍ୱା ଲାଇନରେ ସାମିଆନା ତଳେ ଧାଡ଼ିରେ ଠିଆ ହୋଇ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତମାନଙ୍କୁ ଦର୍ଶନ ଦେବେ ମା’ । ଆସନ୍ତା କାଲି ସାକ୍ଷୀଗୋପୀନାଥଙ୍କ ସହିତ ଦର୍ଶନ ଦେବେ ମା’ ରାଧାରାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.