ନେପୋଲିଅନ୍ ବୋନାପାର୍ଟଙ୍କ ଟୋପି ୧୭ କୋଟି ଟଙ୍କାରେ ହେଲା ନିଲାମ

ନେପୋଲିଅନ୍ ବୋନାପାର୍ଟଙ୍କ ଟୋପି ୧୭ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହା ସହ ୨୦୧୪ ରେ ନିଲାମ ହାଉସ ଦ୍ୱାରା ଆୟୋଜିତ ନାପୋଲିଅନ ଟୋପି ପାଇଁ ୧.୮୮୪ ମିଲିୟନ ୟୁରୋର ପୁରୁଣା ରେକର୍ଡ ଭାଙ୍ଗିଛି ।

ନେପୋଲିଅନ୍ ବୋନାପାର୍ଟଙ୍କ ଟୋପି ଏକ ରେକର୍ଡ ସୃଷ୍ଟି କରିଛି । ବୋନାପାର୍ଟଙ୍କ ଟୋପି ରବିବାର ଦିନ ପ୍ୟାରିସରେ ନିଲାମ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ଦୁଇ ମିଲିୟନ ୟୁରୋ ଅର୍ଥାତ୍ ୧୭ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଟୋପି ୧.୯୩୨ ମିଲିୟନ ୟୁରୋରେ ବିକ୍ରି ହୋଇଛି ଏବଂ ୨୦୧୪ ରେ ନିଲାମ ହାଉସ ଦ୍ୱାରା ଆୟୋଜିତ ନେପୋଲିଅନଙ୍କ ଟୋପି ପାଇଁ ୧.୮୮୪ ମିଲିୟନ ୟୁରୋର ପୁରୁଣା ରେକର୍ଡ ଭାଙ୍ଗିଛି । ନେପୋଲିଅନଙ୍କ ଟୋପିର ସ୍ୱତନ୍ତ୍ରତା ହେଉଛି, ଏହାକୁ ଏକ ବାଇକର୍ନ ଭାବରେ ଜଣାଯାଏ । ଟୋପିରେ ନେପୋଲିଅନଙ୍କ ହାତ ଲେଖା ରହିଛି । ଏଥିରେ ଫରାସୀ ପତାକାର ନୀଳ-ଧଳା-ନାଲି ରଙ୍ଗର ଚିହ୍ନ ସହିତ କଳା ରଙ୍ଗ ରହିଛି ।

ସୂଚନା ମୁତାବକ, ଏହି ନିଲାମିରେ ସମଗ୍ର ବିଶ୍ୱରୁ ଲୋକମାନେ ଏହି ଟୋପି ପାଇଁ ଆକର୍ଷିତ ହୋଇଛନ୍ତି । ଏହି ଟୋପି ଜାନ-ଲୁଇ ନୋଏଜିଜଙ୍କ ପାଖରେ ଥିଲା ହେଲେ ଗତ ବର୍ଷ ତାଙ୍କର ଦେହାନ୍ତ ହୋଇଛି । ତେବେ ପ୍ୟାରିସର ଦକ୍ଷିଣରେ ଥିବା ଫଣ୍ଟେନବ୍ଲାଉରେ ଥିବା ନିଲାମ ହାଉସ ଅନୁସାରେ, ଏହାର ଅନ୍ତିମ ମୂଲ୍ୟ ୬୦୦୦୦୦ ରୁ ୮୦୦୦୦୦ ୟୁରୋ ମୂଲ୍ୟରୁ ଦୁଇଗୁଣ ଅଧିକ ଏବଂ ରିଜର୍ଭ ମୂଲ୍ୟର ପ୍ରାୟ ଚାରି ଗୁଣ ଅଧିକ ରହିଛି ।

ନେପୋଲିଅନଙ୍କ ୧୨୦ଟି ଟୋପି ଥିଲା :
ସୂଚନା ମୁତାବକ,ନେପୋଲିଅନଙ୍କ ପ୍ରାୟ ୧୨୦ଟି ଟୋପି ଥିବାର ଜଣାପଡିଛି, କିନ୍ତୁ ସେହିସବୁ ଟୋପି ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ହଜିଯାଇଛି । ନିଲାମ ହାଉସର ବିଶେଷଜ୍ଞ ଜାନ-ପିଆର ଓସେନାଟ କହିଛନ୍ତି, ଯେ ‘‘ଟୋପି ନିଜେ ସମ୍ରାଟଙ୍କ ମୂର୍ତ୍ତିକୁ ପ୍ରତିପାଦିତ କରେ ଏବଂ ଲୋକମାନେ ଏହି ଟୋପିକୁ ସବୁ ଜାଗାରେ ଚିହ୍ନି ପାରନ୍ତି । ଯେତେବେଳେ ସେମାନେ ଏହାକୁ ଯୁଦ୍ଧକ୍ଷେତ୍ରରେ ଦେଖିଲେ, ସେହି ସମୟରେ ସେମାନେ ଜାଣିଲେ ଯେ ନେପୋଲିଅନ୍ ସେଠାରେ ଅଛନ୍ତି ’’ ।

ନେପୋଲିଅନ୍ ସବୁବେଳେ ଏକୁଟିଆ ଥାଆନ୍ତି, ହେଲେ ମଧ୍ୟ ତାଙ୍କ ମୁଣ୍ଡରେ ଟୋପି ରହିଥାଏ :
ସୂଚନା ଅନୁସାରେ, ‘‘ନେପୋଲିଅନ୍ ଯେତେବେଳେ ଏକୁଟିଆ ଥିଲେ ସେତେବେଳେ ସର୍ବଦା ଏହାକୁ ତାଙ୍କ ମୁଣ୍ଡରେ କିମ୍ବା ହାତରେ ରଖୁଥିଲେ ଏବଂ ବେଳେବେଳେ ସେ ଏହାକୁ ଭୂମିରେ ମଧ୍ୟ ଫିଙ୍ଗି ଦେଇଥଲେ । ତେବେ ଏହା ତାର ଏକ ପ୍ରତିଛବି ଥିଲା, ଯାହା ସମ୍ରାଟଙ୍କ ପ୍ରତୀକ ଓସେନାଟ୍ ବୋଲି କୁହାଯାଇଛି । ନିଲାମ ଘରର ସୂଚନା ଅନୁସାରେ, ୧୮୦୮ ରୁ ୧୮୧୫ ସମୟରେ ସମ୍ରାଟ ଏହି ଟୋପି ପିନ୍ଧିଥିଲେ । ସେହି ସମୟରେ ନେପୋଲିଅନ୍‌ଙ୍କ ଏହି ଟୋପି ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରୁଥିଲା । ଏହା ସହ ଯୁଦ୍ଧ ସମୟରେ ତାଙ୍କୁ ତାଙ୍କ ସିପାହୀ ସହଜରେ ଚିହ୍ନି ପାରୁଥିଲେ । ତେବେ ନେପୋଲିଅନଙ୍କ ବିଷୟରେ କୁହାଯାଏ ଯେ ସେ ଅଜବ୍‌ ଏବଂ ରୋମାଣ୍ଟିକ୍ ମଧ୍ୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.