Below header

ବିଶ୍ୱକପ ଫାଇନାଲରେ ହାରିବା ପରେ ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ଡ୍ରେସିଂ ରୁମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଫଟୋ ସେୟାର କଲେ ସାମି

ସାମି ଲେଖିଛନ୍ତି, ଦୁଭାର୍ଗ୍ୟବଶଃତ କାଲି ଦିନ ଆମର ନଥିଲା । ହେଲେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଟିମ୍‌ ଏବଂ ମୋର ସମର୍ଥନ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ମୋଦି ଡ୍ରେସିଂ ରୁମକୁ ଆସି ଆମ୍ଭର ମନୋବଳ ବଢାଇଥିବାରୁ ଆମେ ସମସ୍ତେ କୃତଜ୍ଞ । ଆମେ ପୁଣି ଥରେ ଫେରୁବୁ ।

ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ସାମି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମୋଦି ସାମିଙ୍କ ଆଲିଙ୍ଗନ କରିଛନ୍ତି । ଏହା ବିଶ୍ୱକପ ଫାଇନାଲ ହାରିବା ପରେ ପ୍ରଧାନମନ୍ତ୍ରୀ ଟିମର ଡ୍ରେସିଂ ରୁମକୁ ଯାଇଥିବା ବେଳର ଫଟୋ ବୋଲି ଜଣାପଡିଛି ।

ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିଯାଇଛି । ଏହି ପରାଜୟ ପରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି । କେବଳ ସେତିକି ନୁହେଁ ଟିମର ସମସ୍ତ ଖେଳାଳିଙ୍କ ମୁହଁରେ ଖୁସି ଟିକେ ନାହିଁ । ରୋହିତ ଶର୍ମା, ମହମ୍ମଦ ସିରାଜ ପଡିଆରେ ହିଁ କାନ୍ଦି ପକାଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସିଟ୍‌ରୁ ଉଠି ସିଧାସଳଖ ଟିମର ଡ୍ରେସିଂ ରୁମକୁ ଚାଲିଯାଇଥିଲେ । ଆଉ ସେଠାରେ ଖେଳାଳିଙ୍କ ମନୋବଳ ବଢାଇଥିଲେ ।

ଏହି ସମୟରେ ମହମ୍ମଦ ସାମିଙ୍କୁ ମୋଦି ଆଲିଙ୍ଗନ କରିଥିଲେ । ଯାହାର ଫଟୋ ସାମି ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସାମି ଲେଖିଛନ୍ତି, ଦୁଭାର୍ଗ୍ୟବଶଃତ କାଲି ଦିନ ଆମର ନଥିଲା । ହେଲେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଟିମ୍‌ ଏବଂ ମୋର ସମର୍ଥନ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ମୋଦି ଡ୍ରେସିଂ ରୁମକୁ ଆସି ଆମ୍ଭର ମନୋବଳ ବଢାଇଥିବାରୁ ଆମେ ସମସ୍ତେ କୃତଜ୍ଞ । ଆମେ ପୁଣି ଥରେ ଫେରୁବୁ ।

ଚଳିତ ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ଟିମ୍‌ ୧୦ଟି ମ୍ୟାଚ ଲଗାତାର ଜିତିବା ପରେ ଫାଇନାଲରେ ହାରିଯାଇଛି । ଅଷ୍ଟ୍ରେଲିଆ ୬ ଓ୍ଵିକେଟରେ ଫାଇନାଲ ଜିତି ଷଷ୍ଠଥର ପାଇଁ ଚାମ୍ପିଅନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.