ନିଜ ଏକ୍ସପ୍ରେସନରେ ‘ସୋସିଆଲ ମିଡ଼ିଆ ସେନସେସନ’ ହୋଇଥିବା ପ୍ରିୟା ପ୍ରକାଶ ଭାରିୟରଙ୍କର ପୁଣି ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି। ଏଥର ସେ ଆକ୍ଟିଂ ବଦଳରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଫ୍ୟାନମାନେ ପ୍ରଥମ ଥର ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ପାଇଛନ୍ତି। ଟିକ ଟକରେ ଏହି ଡ୍ୟାନ୍ସକୁ କେତେକ ବଲିଉଡ ସେଲିବ୍ରିଟି ମଧ୍ୟ କରିଛନ୍ତି। କିନ୍ତୁ ପ୍ରିୟା ପ୍ରକାଶ ଅଲଗା ଷ୍ଟାଇଲରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଭିଡ଼ିଓରେ ଦେଖାଯାଉଛି କି, ଏକ ରୁମ ଭିତରେ ପ୍ରିୟା ପ୍ରକାଶ ସାଇରନ ବିଟରେ ଡ୍ୟାନ୍ସ ଆରମ୍ଭ କରୁଛନ୍ତି ଏବଂ ନିଜର ଜବରଦସ୍ତ ଷ୍ଟାଇଲ ଦେଖାଉଛନ୍ତି। ଡ୍ୟାନ୍ସ କଲା ବେଳେ ସେ ଚଷମା ଲଗାଇଛନ୍ତି ଏବଂ ପଛ କାନ୍ଥରେ ତାଙ୍କର ଏକ ସୁନ୍ଦର ଫଟୋ ଲାଗିଛି। ଭିଡ଼ିଓଟିକୁ ସେ 14 ମେ’ରେ ସେୟାର କରିଥିଲେ।
@priya.prakash.varrier99Dance is not my forte.Yet decided to give it a try at the least 😋
ଏ ପର୍ଯ୍ୟନ୍ତ ଏହାକୁ 1 ମିଲିୟନରୁ ଅଧିକ ଭିୟୁଜ ମିଳିସାରିଲାଣି। ଏହାସହିତ 72 ହଜାରରୁ ଅଧିକ ଲାଇକ୍ସ ଏବଂ 2 ହଜାରରୁ ଅଧିକ କମେଣ୍ଟ ଆସିସାରିଛି। ଭିଡ଼ିଓ ପୋଷ୍ଟ କରି ପ୍ରିୟା କ୍ୟାପସନ ଲେଖିଛନ୍ତି, ‘ଡ୍ୟାନ୍ସ ମୋ ହାତର କଥା ନୁହେଁ। କିନ୍ତୁ ମୁଁ ଭାବିଲି, କାହିଁକି ଥରେ ଚେଷ୍ଟା ନ କରିବି’। କହି ରଖୁଛୁ, 2018ରେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ପ୍ରିୟା ପ୍ରକାଶ ଭାରିୟରଙ୍କୁ ହିଁ କରାଯାଇଥିଲା।