ଆତ୍ମନିର୍ଭର ଭାରତ ଯୋଜନର ୩ୟ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା, ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାକୁ ୨୦ ହଜାର କୋଟି

କେନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ଆଜି ତୃତୀୟ କିସ୍ତି ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ କୃଷି, ଦୁଗ୍ଧ ବ୍ୟବସାୟ, ପଶୁପାଳନ, ମତ୍ସ୍ୟଚାଷୀ ଏବଂ ଖାଦ୍ୟ ପ୍ରକ୍ରିୟାୟକରଣକୁ ଗୁରୁତ୍ୱ ଦେଇଛନ୍ତି। ଅର୍ଥମନ୍ତ୍ରୀ କୃଷି ଓ କୃଷି ବ୍ୟବସାୟ ଜଡିତ କ୍ଷେତ୍ର ପାଇଁ ୧୧ଟି ଭିନ୍ନଭିନ୍ନ ସାହାଯ୍ୟ ଘୋଷଣା କରିଛନ୍ତି। କୃଷି କ୍ଷେତ୍ର ପାଇଁ ୧ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି। ଏହା ଚାଷୀଙ୍କ ଆୟ ବୃଦ୍ଧି ସହ ଶୀତଳଭଣ୍ଡାର କ୍ଷମତା ଓ ରପ୍ତନୀ ବୃଦ୍ଧିରେ ସହାୟକ ହେବ। ଏଥିରୁ କୃଷି ସହ ଜଡ଼ିତ ଉଦ୍ୟୋଗୀ, ଷ୍ଟାର୍ଟ ଅପ୍‌କୁ ଫାଇଦା ମିଳିବ।

    • ହର୍ବାଲ କଲ୍‌ଟିଭେସନ ପାଇଁ ଖର୍ଚ୍ଚ କରାଯିବ ୪ହଜାର କୋଟି ଟଙ୍କା। ଏଥିରୁ ଚାଷୀଙ୍କର ୫ ହଜାର କୋଟି ଟଙ୍କାର ଆୟ ହେବ। ମହୁ ଚାଷୀଙ୍କ ପାଇଁ ଖର୍ଚ୍ଚ କରାଯିବ ୫ଶହ କୋଟି ଟଙ୍କା। ଉପକୃତ ହେବେ ୨ ଲକ୍ଷ ମହୁଚାଷୀ। ପଶୁପାଳନରେ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା। ନ୍ୟାସନାଲ ଏନିମଲ ଡିଜିଜ୍ କଣ୍ଟ୍ରୋଲ କାର‌୍ୟ୍ୟକ୍ରମ ପାଇଁ ୧୩ ହଜାର ୩୪୩ କୋଟି ଟଙ୍କା ଘୋଷଣା ହୋଇଛି।

 

    •  ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଖର୍ଚ୍ଚ କରାଯିବ ୨୦ ହଜାର କୋଟି ଟଙ୍କା। ମତ୍ସ୍ୟଚାଷୀଙ୍କ ପାଇଁ ଖର୍ଚ୍ଚ ହେବ ୧୧ ହଜାର କୋଟି ଟଙ୍କା। ମତ୍ସ୍ୟବ୍ୟବସାୟର ଢାଞ୍ଚାରେ ସୁଧାର ପାଇଁ ଖର୍ଚ୍ଚ ହେବ ୯ ହଜାର କୋଟି ଟଙ୍କା। ମାଇକ୍ରୋ ଫୁଡ୍ ଏଣ୍ଟରପ୍ରାଜ୍ ପାଇଁ ୧୦ ହଜାର କୋଟି ଟଙ୍କାର ଘୋଷଣା ହୋଇଛି। ୨ ଲକ୍ଷ ମାଇକ୍ରୋ ଏଣ୍ଟରପ୍ରାଇଜ୍‌କୁ ଏଥିରୁ ଲାଭ ମିଳିବ। ଲକ୍‌ଡାଉନ ଯୋଗୁଁ କୃଷି ଜାତ ଦ୍ରବ୍ୟର ଯୋଗାଣ ଚେନ୍ ଭାଙ୍ଗିଛି। ଏଥିରେ ସୁଧାର ଆଣିବାକୁ ଟପ୍ ଟୁ ଟୋଟାଲ ଯୋଜନାରେ ୫ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ। …

 

  •  ୧୯୫୫ର ଏସେନସିଆଲ କମଡିଟିଜ୍ ଆକ୍ଟରେ ସଂଶୋଧନ କରାଯାଇଛି। ଏଣିକି ଫୁଡ୍ ପ୍ରୋସେସିଂ ବ୍ୟବସାୟୀଙ୍କ ପାଇଁ ଷ୍ଟକ୍ ଲିମିଟ୍ ରହିବ ନାହିଁ। ଆଳୁ, ପିଆଜ, ତେଲ ଏହି ସଂଶୋଧିତ ଆଇନ ପରିସର ବାହାରେ ରହିବ। ବନ୍ୟା ଓ ମରୁଡି ସମୟରେ ସରକାର ନିର୍ଣ୍ଣୟରେ ପରିବର୍ତ୍ତନ କରି ପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.